ବଡ ଘୋଷଣା :ରାଜ୍ୟରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍

ବଡ ଘୋଷଣା :ରାଜ୍ୟରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍

ବଡ ଘୋଷଣା :ରାଜ୍ୟରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ କମିଥିବାରୁ କାଟେଗୋରୀ A କୁ ଆଉ ୩ ଜିଲ୍ଲା ସାମିଲ ହୋଇଛି । ଢ଼େଙ୍କାନାଳ, ଅନୁଗୁଳ ଓ କେନ୍ଦଝର ଜିଲ୍ଲା କାଟେଗୋରୀ A କୁ ଯାଇଛନ୍ତି ।

ତେବେ ୩ ଜିଲ୍ଲାରେ ପଜିଟିଭ ହାର ରେଟ୍ ୫%କୁ କମିଥିବାରୁ କାଟେଗୋରୀ ଏକୁ ଯାଇଛନ୍ତି । ସଂକ୍ରମଣ କମିଥିବାରୁ ୨୦ଟି ଜିଲ୍ଲା କାଟେଗୋରୀ ଏରେ ସାମିଲ ହୋଇଛନ୍ତି । ପଜିଟିଭିଟି ୫ରୁ ଅଧିକ ଥିବା ବାକି ୧୦ଜିଲ୍ଲା କାଟେଗୋରୀ ବିରେ ରହିଛି । ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି କାଟେଗୋରୀ ଏରେ ଥିବା ୨୦ ଜିଲ୍ଲାରେ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବ । ସପିଙ୍ଗ ମଲ୍, ପାର୍ଲର ଛାଡି ଆଉ ସବୁ ଦୋକାନ ଖୋଲିବ । ୨୦ଟି ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ ଜିଲ୍ଲାରେ ଉନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ । ଏହା ସହିତ ୨୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ୬ରୁ ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ।