ବାଇକରେ ଆସି ଝାମ୍ପି ନେଲେ ସୁନା ଚେନ, ଯୁବତୀ ଆହତ

ବାଇକରେ ଆସି ଝାମ୍ପି ନେଲେ ସୁନା ଚେନ, ଯୁବତୀ ଆହତ

ବାଇକରେ ଆସି ଝାମ୍ପି ନେଲେ ସୁନା ଚେନ, ଯୁବତୀ ଆହତ
ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଅପରାଧିକ କାର୍ଯ୍ୟ ବଢ଼ିବାରେ ଲାଗିଛି । ଲୁଟପାଟ ସଂଖ୍ୟା ବଢ଼ିବାରେ ଲାଗିଛି । ବେକାବୁ ହୋଇପଡ଼ିଲେଣି ଲୁଟେରା । ଲୁଟପାଟରେ ଧନି ହାନି ହେବା ସହିତ ପ୍ରାଣପିଡ଼ା ବି ଭାଗିବାକୁ ପଡ଼ିଛି । ଏମିତି ଏକ ଘଟଣା ଆଚାର୍ଯ୍ୟ ବିହାରର ଘଟିଛି । ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଆଡ଼କୁ ସ୍କୁଟିରେ ଯାଉଥିବା ଜଣେ ଯୁବତୀ ଛିନତାଇର ଶିକାର ହୋଇଛନ୍ତି । ଲୁଟେରା ମାନେ ପଛପଟୁ ବାଇକରେ ଆସି ଚେନ ଝାମ୍ପି ନେବାରୁ ଯୁବତୀ ଜଣକ ରାଜପଥ ଉପରେ ଗାଡ଼ିରୁ ପଡ଼ି କିଛି ବାଟ ଘୁଷୁରି ଯାଇଛନ୍ତି । ଏଥିରେ ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ତେବେ ପଛରୁ କେତେକ ଗାଡ଼ି ଦ୍ରୁତ ଗତିରେ ଆସୁଥିଲେ ମଧ୍ୟ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଛିନତାଇର ଶିକାର ହୋଇଥିବା ଯୁବତୀ ଜଣକ ହେଉଛନ୍ତି ଜଗତସିଂହପୁର କୁଜଙ୍ଗର ଶୁଭଶ୍ରୀ ଜେନା । ୧୬ ନମ୍ବର ଜାତୀୟ ରାଜପଥର ଆଚାର୍ଯ୍ୟ ବିହାର ଛକରେ ଅପରାହ୍ନ ୩ଟା ବେଳେ ଏହି ଘଟଣା ଘଟିଛି । ସହିଦ ନଗରଥାନାରେ ଏତଲା ହେବା ପରେ ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଛି । ହେଲେ ରାତି ସୁଦ୍ଧା ପୁଲିସ ଲୁଟେରାଙ୍କ ଟେର ପାଇ ନାହିଁ ।