ବିଭାଗୀୟ ପଦୋନ୍ନତି ପାଇଲେ ବରଦା ପ୍ରସନ୍ନ ଦାସ

ବିଭାଗୀୟ ପଦୋନ୍ନତି ପାଇଲେ ବରଦା ପ୍ରସନ୍ନ ଦାସ

ବିଭାଗୀୟ ପଦୋନ୍ନତି ପାଇଲେ ବରଦା ପ୍ରସନ୍ନ ଦାସ
ଭୁବନେଶ୍ୱର - ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ୟ୍ୟ କରୁଥିବା ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଛନ୍ତି । ଶ୍ରୀ ଦାସ ତାଙ୍କର ୩୫ ବର୍ଷ କାର୍ୟ୍ୟକାଳ ମଧ୍ୟରେ ଟିଟିଲାଗଡ, ନୟାଗଡ. ବାଙ୍କୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ ଆଦି ସ୍ଥାନରେ ଲୋକସଂପର୍କ ଅଧିକାରୀ ଓ ବିଭିନ୍ନ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ଭାବେ ସଫଳତାର ସହ କାର୍ୟ୍ୟ ସଂପାଦନ କରିଥିଲେ । ସେ ଜଣେ ସୁଲେଖକ, ସୁବକ୍ତା, ସଂଗଠକ ଓ ସାହିତ୍ୟିକ ଭାବେ ସୁପରିଚିତ ।