ବଢ଼ିଲା ବସ୍ ଭଡ଼ା, ଡିଜେଲରେ ରିହାତି ଦେବାକୁ ଦାବି

ବଢ଼ିଲା ବସ୍ ଭଡ଼ା, ଡିଜେଲରେ ରିହାତି ଦେବାକୁ ଦାବି

ବଢ଼ିଲା ବସ୍ ଭଡ଼ା, ଡିଜେଲରେ ରିହାତି ଦେବାକୁ ଦାବି
ଭୁବନେଶ୍ୱର : ଡିଜେଲ୍ ଦର ବୃଦ୍ଧିର ପ୍ରଭାବ ବସ୍ ଯାତ୍ରୀଙ୍କ ଉପରେ ପଡ଼ିଛି । ଅଟୋମେଟିକ୍ ମେକାନିଜିମ୍ ବ୍ୟବସ୍ଥାରେ ସୋମବାର ରାଜ୍ୟରେ ବସ୍ ଭଡ଼ା ବଢ଼ିଛି । ଅର୍ଡିନାରି ବସ୍ କିମି ପିଛା ୬୯ ପଇସା ଥିଲା ବେଳେ ତାହା ୧ ପଇସା ବଢ଼ି ୭୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ଥିଲା ୭୨ ପଇସା । ୧ ପଇସା ବଢ଼ିଲା ପରେ ତାହା ୭୩ରେ ପହଞ୍ଚିଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ଲେଖାଏ ବଢ଼ିଛି । ବର୍ଦ୍ଧିତ ଦର ଅନୁଯାୟୀ ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୧ ପଇସା ଓ ଏସି ଡିଲକ୍ସ କିମି ପିଛା ୧ ଟଙ୍କା ୨୩ ପଇସା । ପୂର୍ବରୁ ଶେଷଥର ପାଇଁ ୨୦୧୯ ଜୁଲାଇ ୧୧ରେ ବସ୍ ଭଡ଼ା ବୃଦ୍ଧି ପାଇଥିଲା । ଡିଜେଲ୍ ଦର ବୃଦ୍ଧି ଯୋଗୁ ବସ୍ ଭଡ଼ା ବଢ଼ିଥିଲେ ବି ସରକାର ଅନ୍ୟାନ୍ୟ ପାରିପାଶ୍ୱିର୍କ ସମସ୍ୟାକୁ ଦୃଷ୍ଟି ଦେଉ ନାହାନ୍ତି ବୋଲି ବସ୍ ମାଲିକ ସଂଘ କ୍ଷୋଭ ପ୍ରକାଶ କରିଛି । ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ବସ୍ ଭଡ଼ା ବଢ଼ିଲେ ସିଧାସଳଖ ଯାତ୍ରୀଙ୍କ ଉପରେ ବୋଝ ପଡ଼ୁଛି । ଭଡ଼ା ଅଧିକ ରହୁଥିବାରୁ ବିଭିନ୍ନ ସ୍ଥାନରେ ଯାତ୍ରୀମାନେ ଟ୍ରେନରେ ଯିବାକୁ ବାଧ୍ୟ ହେଉଛନ୍ତି । ବସ୍ ଭଡ଼ା ଠାରୁ ଟ୍ରେନ୍ ଭଡ଼ା ଅପେକ୍ଷାକୃତ କମ୍ ରହୁଛି । ବସ୍ ଭଡ଼ାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଡିଜେଲ୍ ଉପରେ କିଛି ରିହାତି ଦିଅନ୍ତୁ । ଯ।।ହ ଫଳରେ ଯାତ୍ରୀମାନେ ଉପକୃତ ହୋଇପାରିବେ ଓ ବସ୍ ମାଲିକମାନେ ସୁରୁଖୁରୁରେ ବସ୍ ଚଳାଇ ପାରିବେ ।