ଭାରତରେ ଡେନ୍ମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡର୍କ୍ସିନ୍
ଭାରତରେ ଡେନ୍ମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡର୍କ୍ସିନ୍
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟ ଫ୍ରେଡ୍ରକ୍ସିନ୍ଙ୍କୁ। ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୩ ଦିନିଆ ଗସ୍ତରେ ଆସି ଫ୍ରେଡରକ୍ସିନ୍ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମ କରି ଭାରତ ଗସ୍ତରେ ଆସିଥିବା ଡେନ୍ମାର୍କର ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ପାଛୋଟି ଆଣିଥିଲେ।
ଏହାପରେ ଡେନିସ୍ ପ୍ରଧାନମନ୍ତ୍ରୀ ଫ୍ରେଡ୍ରକ୍ସିନ୍ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
ଗସ୍ତ ସମୟରେ ଫ୍ରେଡ୍ରକ୍ସିନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାବ୍ୟତିରେକେ, ସେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ସିଭିଲ୍ ସୋସାଇଟିର ସଦସ୍ୟମାନଙ୍କ ସହ ମଧ୍ୟ ଆଳାପଆଲୋଚନା କରିବେ।




admin 