ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୋଷ
ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ନେଇ ଅସନ୍ତୋଷ
ଭୁବନେଶ୍ବର: ଶୁକ୍ରବାର ପ୍ରକାଶ ପାଇଥିବା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ନେଇ ରାଜ୍ୟ ବିରୋଧୀ ଦଳଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତରବରିଆ ଭାବେ ଶାସକ ଦଳକୁ ସୁହାଇବା ଭଳି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାର ଅତ୍ୟନ୍ତ ତରବରିଆ ଭାବେ ଏପରି ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ଏହାକୁ ନେଇ ବ୍ଲକ୍ ଓ ପଞ୍ଚାୟତସ୍ତରରେ ଲୋକମାନେ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀ ପତି ଅଭିଯୋଗ କରିଛନ୍ତି ଯେ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇ ସେମାନଙ୍କୁ ସୁହାଇଲାଭଳି ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଏପରି ଅଭିଯୋଗକୁ ଶାସକ ଦେଳର ନେତା ଖଣ୍ଡନ କରିଛନ୍ତି। ଯଦି ଅସନ୍ତୋଷ ରହିଛି ତେବେ ସେମାନେ ଏହାର ଆପତ୍ତି ଅଭିଯୋଗ କରିପାରିବେ ବୋଲି ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ୨୦୨୨ ପଞ୍ଚାୟତ ନିର୍ବାଚନ ତାଲିକା ପ୍ରକାଶ କରାଯାଇଛି। ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ଏହି ତାଲିକା ପ୍ରକାଶ କରାଯାଇଛି। କେବଳ ଜିଲ୍ଲା ପରିଷଦ ପଦ ପାଇଁ ୧୬ ତାରିଖରେ ରାଜ୍ୟ ସରକାର ଚଠା ସଂରକ୍ଷଣ ତାଲିକା ପ୍ରକାଶ କରିବେ। ଏହି ତାଲିକା ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ରାଜନୈତିକ ପରିବେଶ ସରଗରମ ହୋଇ ଉଠିଛି। ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାମେନ ସେମାନଙ୍କ ଆପତ୍ତି ଓ ଅଭିଯୋଗ ୧୬ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ୨୧ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ। ୨୬ ତାରିଖରେ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିସନଙ୍କୁ ଦେବେ।




admin 