ଭୁଲରେ ଏକ୍ସପାରୀ ମେଡିସିନ୍ ଖାଇଦେଇଥିଲେ, ଏହା କରନ୍ତୁ
ଭୁଲରେ ଏକ୍ସପାରୀ ମେଡିସିନ୍ ଖାଇଦେଇଥିଲେ, ଏହା କରନ୍ତୁ
ଭୁବନେଶ୍ୱର: କରୋନା ମହାମାରୀ ଗତ ଦୁଇ ବର୍ଷ ହେଲା ସାରା ବିଶ୍ୱକୁ କବଳିତ କରି ରଖିଥିଲା । ଏତେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା ଯେ ପିଢ଼ି ପରେ ପିଢ଼ି ଏହାର ଉଦାହରଣ ଦିଆଯିବ । ଟିକିଏ ଥମିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇନାହିଁ ଭୂତାଣୁ । ଡ଼ର ଏତେ ମାତ୍ରାରେ ଲୋକଙ୍କ ମଧ୍ୟରେ ଭରିରହିଛି ଯେ, ଟିକିଏ ଜ୍ୱର କି ଥଣ୍ଡା ହେଲେ ମେଡ଼ିସିନ ଖାଇ ଶିଘ୍ର ଭଲ ହେଇଯିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ । ଘରେ ଘରେ ମେଡ଼ିସିନ । ତେବେ ବେଳେ ବେଳେ ଏମିତି ହୋଇଥାଏ ଯେ ଘରେ ରଖାଯାଇଥିବା ଏକ୍ସପାରୀ ମେଡିସିନ ଆମେ ଭୁଲରେ ଖାଇ ଦେଇଥାଉ । ଆପଣ ଜାଣନ୍ତି କି ଏକ୍ସପାରୀ ମେଡିସିନ ଖାଇବା ଦ୍ୱାରା ଏହାର ପ୍ରଭାବ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ ।
କ’ଣ କ୍ଷତି ହୋଇଥାଏ ଏକ୍ସପାରୀ ମେଡିସିନ ଖାଇଲେ :
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏକ୍ସପାରୀ ମେଡିସିନ ଖାଇବା କଥା ନୁହେଁ । ଏହାଦ୍ୱାରା ବହୁ ପ୍ରକାର ଅସୁବିଧା ହୋଇଥାଏ । ଯଦି ଆପଣ ଭୁଲରେ ଏକ୍ସପାରୀ ମେଡିସିନ ଖାଇଛନ୍ତି ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ ଏହା ପ୍ରାଣ ବି ନେଇପାରେ । କିଛି କିଛି ମେଡିସିନ ମଧ୍ୟ ଆଖି ଓ ଶରୀରର କିଛି ଅଂଗକୁ ନଷ୍ଟ କରିଦେଇପାରେ । ତେଣୁ ସର୍ବଦା ମେଡିସିନ ଖାଇବା ବେଳେ ଏକ୍ସପାରୀ ଡେଟ ନିଶ୍ଚୟ ଦେଖିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।




admin 