ମଥୁରାରେ ଦୁଇ ସାଧୁଙ୍କ ରହସ୍ୟଜନକ ମୃତୁ୍ୟ

ମଥୁରାରେ ଦୁଇ ସାଧୁଙ୍କ ରହସ୍ୟଜନକ ମୃତୁ୍ୟ

ମଥୁରାରେ ଦୁଇ ସାଧୁଙ୍କ ରହସ୍ୟଜନକ ମୃତୁ୍ୟ
ମଥୁରା: ମଥୁରାର ଏକ ଆଶ୍ରମରେ ଦୁଇ ଜଣ ସାଧୁଙ୍କର ରହସ୍ୟଜନକ ମୃତୁ୍ୟ ହୋଇଛି । ଚା’ପିଇସାରିବା ପରେ ଦୁଇ ଜଣ ସାଧୁଙ୍କ ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମଥୁରାର ଏସଏସପି ଗୌରବ ଗ୍ରୋଭରଙ୍କ କହିବାନୁଯାୟୀ ୬୦ ବର୍ଷ ବୟସ୍କ ସାଧୁ ଗୁଲାବ ସିଂହଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇ ଯାଇଥିବା ବେଳେ ୬୧ ବର୍ଷୀୟ ସାଧୁ ଶ୍ୟାମ ସୁନ୍ଦରଙ୍କୁ ଜିଲ୍ଲା ହସ୍ପିଟାଲରେ ଡାକ୍ତରମାନେ ମୃତ ଭାବେ ଅଣାଯାଇଥିବା ଘୋଷଣା କରିଥିଲେ । ତେବେ ଅସୁସ୍ଥ ତୃତୀୟ ସାଓୁଙ୍କ ନାମ ରାମ ବାବୁ ହୋଇଥିବା ବେଳେ ତାଙ୍କୁ ଏବେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସାଧୁମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ମୃତ ସାଧୁ ଗୋପାଳ ଦାସଙ୍କ ଭାଇ ଅଭିଯୋଗ କରିଛନ୍ତି ।