ରମେଶଙ୍କ ବାପା-ମା’ଏବେ ବି ନିଖୋଜ, ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ରମେଶଙ୍କ ବାପା-ମା’ଏବେ ବି ନିଖୋଜ, ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

ରମେଶଙ୍କ ବାପା-ମା’ଏବେ ବି ନିଖୋଜ, ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା
ପୁରୀ: ହାଜତ ମୃତୁ୍ୟ ଘଟଣାରେ ମୃତ କେ. ରମେଶଙ୍କ ବାପା ମା ଏବେ ବି ନିଖୋଜ ଅଛନ୍ତି । ଏ ଭିତରେ ରମେଶଙ୍କ ମୃତୁ୍ୟକୁ ୫ ଦିନ ବିତିଗଲାଣି । ତଥାପି ତାଙ୍କ ବାପା ମାଙ୍କ କୌଣସି ସନ୍ଧାନ ମିଳିନି । ରମେଶଙ୍କ ଅନ୍ୟ ସମ୍ପର୍କୀୟମାନେ ବି ଏ ନେଇ କିଛି କହିପାରୁନାହାନ୍ତି । ଏଭଳି ଏକ ମୁହୂର୍ତ୍ତରେ ରମେଶଙ୍କ ବାପା ମା’ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭିଡିଓରେ ରମେଶଙ୍କ ମା’କହିଛନ୍ତି କି ମୁଁ ବର୍ତ୍ତମାନ ଜଣେ ବନ୍ଧୁଙ୍କ ଘରେ ରହିଛି । ମୁଁ ଏଠାରେ ଭଲରେ ଅଛି । ଆଗକୁ ରମେଶର ଶୁଦ୍ଧିକି୍ରୟା କାର୍ଯ୍ୟ କରିବାକୁ ହେବ । ଏହି ଦୃଷ୍ଟିରୁ ମୋତେ ଆଉ ହଇରାଣ କରନ୍ତୁନି । ଏଥିପାଇଁ ସେ ରାଜନେତା ଓ ଗଣମାଧ୍ୟମକୁ ଆକ୍ଷେପ କରିଛନ୍ତି । କହିଛନ୍ତି ଗଣମାଧ୍ୟମ ଓ ରାଜନେତମାନେ ତାଙ୍କୁ ବହୁତ ହଇରାଣ କରିସାରିଲେଣି । ଆଉ ମୋତେ ହଇରାଣ କରନ୍ତୁନି । ମୋତେ ଦଶାହ କାର୍ଯ୍ୟ ଶାନ୍ତିର ସହ କରିବାକୁ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ପୁଲିସ ଚାପ ପ୍ରୟୋଗ କରି ବାପା ମାଙ୍କ ମୁହଁରେ ଏଭଳି କୁହାଇ ଭିଡିଓ ଭାଇରାଲ କରିଛି ବୋଲି ଚର୍ଚ୍ଚା ହେଉଛି । ଏପରିକି ନିଜେ ପୁଲିସ କୌଣସି ଅଜ୍ଞାତ ସ୍ଥାନରେ ବାପା ମା’ଙ୍କୁ ରଖି ଏଭଳି କହିବାକୁ ବାଧ୍ୟ କରୁଥିବା କୁହାଯାଉଛି । ତୁରନ୍ତ ବାପା ମାଙ୍କୁ ସର୍ବସମ୍ମୁଖକୁ ଅଣାଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠିଛି ।