ମନୀଷ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କଲେ ଆଉ ୨
ମନୀଷ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କଲେ ଆଉ ୨
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ ପୁଅ ମନୀଷ ଦାସଙ୍କ ସନେ୍ଦହଜନକ ମୃତ୍ୟୁ ଉପରୁ ଧୀରେଧୀରେ ପରଦା ଉଠୁଛି । ପୂର୍ବରୁ ମନୀଷଙ୍କ ଦୁଇ ସହଯୋଗୀକୁ ପୋଲିସ୍ ଅଟକ ରଖିଥିବାବେଳେ ଆଜି ଆଉ ୨ଜଣ କନ୍ଧମାଳରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ଦୁଇ ଯୁବକଙ୍କୁ ପୋଲିସ୍ ପଚରାଉଚରା ଜାରି ରଖିଛି ।
ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ମନୀଷଙ୍କ ମୃତଦେହ ପାତ୍ରପଡାର ଏକ ପୋଖରୀରୁ ମିଳିଥିଲା । ମୃତୁ୍ୟର କାରଣ ସଠିକ ଭାବେ ଜଣା ପଡିନଥିଲା । ମନୀଷଙ୍କୁ ଭୋଜି ପାଇଁ ସାଙ୍ଗମାନେ ଡାକି ନେଇ ତାଙ୍କୁ ହତ୍ୟା କରିଛନ୍ତି ବୋଲି ନବୀନ ଦାସ ଅଭିଯୋଗ କରିଥିଲେ ଓ ସେ ଆହୁରି ମଧ୍ୟ କହିଥିଲେ ଯେ ରବିବାର ଭୋର ୪.୧୧ ମିନିଟରେ ସେ ମନୀଷଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ମାଡ ମରାଯାଉଥିବା ମନୀଷ କହିଥିଲେ ।
ସେପଟେ ମନୀଷ ସାଙ୍ଗମାନଙ୍କ ସହ ଯାଇଥିବା ହୋଟେଲ ସାଉଥ ସିଟିକୁ ମଧ୍ୟ ସିଲ୍ କରାଯାଇଛି । ତେବେ ଆତ୍ମସମର୍ପଣ କରିଥିବା ଦୁଇଜଣଙ୍କୁ ପଜାରାଉଚରା ପରେ ଧୀରେଧୀରେ ମନୀଷଙ୍କ ମତୁ୍ୟର ସତ୍ୟତା ଜଣାପଡିବ ବୋଲି କୁହାଯାଉଛି ।




admin 