ରାଜ୍ୟରେ ୨୪ ଘଣ୍ଟାରେ ୬୧୫ ସଂକ୍ରମିତ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ୬୧୫ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ରାଜଧାନୀରେ ଦିନକୁ ୨୦୦ରୁ ୩୦୦ ଭିତରେ ସଂକ୍ରମଣ ରହୁଛି। ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୭ ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୫୮ ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୧୨ଜଣ, ବରଗଡରୁ ୩, ଭଦ୍ରକରୁ ୭, ବୌଦ୍ଧ ୧, କଟକରୁ ୭୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ୮, ଯାଜପୁରରୁ ୯, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୩୨୩, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୮, ନୟାଗଡରୁ ୩, ନୂଆପଡାରୁ ୩, ପୁରୀରୁ ୧୫, ରାୟଗଡାରୁ ୧, ସମ୍ବଲପୁରରୁ ୧୯, ସୁନ୍ଦରଗଡରୁ ୮ ଓ ରାଜ୍ୟପୁଲରୁ ୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୬୮ ଜଣ ରହିଛିନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୩ହଜାର ୨୮୮କୁ ବୃଦ୍ଧି ପାଇଛି ।




admin 