ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ମୃତ ମା’ପୁଅ ଗୁରୁତର
ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ମୃତ ମା’ପୁଅ ଗୁରୁତର
admin
Jan 23, 2020 - 06:47
Updated: Jan 23, 2020 - 06:47
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ କୁଡୁମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ଦୁର୍ଘଟଣା ଘଟିଛି ବିଳମ୍ବିତ ରାତିରେ , ଏକ ସ୍କର୍ପିରେ ଝରାଡ଼ି ଅଞ୍ଚଳରୁ ଏକ ରୋଗୀକୁ କଟକ ବଡ ମେଡ଼ିକାଲକୁ ପରିବାରର ତିନି ଜଣ ସଦ୍ୟଶ ନେଉଥିବା ବେଳେ କରଞ୍ଜିଆ କୁଡୁମା ନିକଟରେ ଦୁର୍ଘଟଣା ଘଟିଥିଲା ।ସ୍କର୍ପି ଟି ଦ୍ରୁତ ଗତିରେ ଆସି ଏକ ଗଛରେ ବାଡେଇ ହେବା ଫଳରେ କଟକ ଯାଉଥିବା ଧନପୋତି ବେହେରା ନାମକ ଜୈନକ ବ୍ୟକ୍ତିଙ୍କ ଘଟଣା ସ୍ଥଳରେହିଁ ମୃତ୍ୟୁ ହଇଥିବା ବେଳେ ଡ୍ରାଇଭର ସାମନ୍ୟ ଆହତ ହୋଇଥିବା ବେଳେ ସମେତ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହଇ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ତା ସଂକୋଟାପନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାତରଣ କରିଛନ୍ତି ଡାକ୍ତର ।ଦୁର୍ଘଟଣା ଟି ବିଳମ୍ବିତ ରାତିରେ ହଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହଇଥିଲା ।ଦୁର୍ଘଟଣା ପରେ ସ୍କର୍ପିରେ ଯାଉଥିବା ଚାରିଜଣ ଯାକ ଗାଡି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାହା ଫଳରେ ଜୈନେକ ରୋଗୀଙ୍କ ମୃତ୍ୟୁ ହଇଥିବା ବେଳେ ଅନ୍ୟ ମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ଖବର ପାଇ କରଞ୍ଜିଆ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଗାଡି ମଧ୍ୟରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।ତେବେ ମୃତକଙ୍କ ଘର ତିରିଂ ଥାନା ଅନ୍ତର୍ଗତ ଝରାଡ଼ି (ବଡ଼ କେମଡ)ଗ୍ରାମର ବୋଲି ପରିଚୟ ମିଳିଛି । ତେବେ ଘଟାଣ ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଥିଲା ।