ମହିଳା ହେବେ ବାଚସ୍ପତି!

ମହିଳା ହେବେ ବାଚସ୍ପତି!

ମହିଳା ହେବେ ବାଚସ୍ପତି!

ଭୁବନେଶ୍ୱର : ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ବାଚସ୍ପତି ହେବେ । ଜଣେ ବରିଷ୍ଠ ବିଧାୟିକାଙ୍କୁ ବାଚସ୍ପତି କରାଯିବ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ତେବେ ଏସଂକ୍ରାନ୍ତରେ ସ୍ପଷ୍ଟ କରାଯାଇନାହିଁ  । ପ୍ରମିଳା ମଲ୍ଲିକ ଓ ଉଷା ଦେବୀଙ୍କୁ ବାଚସ୍ପତି କରାଯାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। 

ପ୍ରମିଳା ଜଣେ ବରିଷ୍ଠ ବିଧାୟିକା  । ଅନେକ ବାର ସେ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି । ଏବେ ସରକାରୀ ଦଳର ମୁଖ୍ୟ ସଚେତିକା ଭାବେ ସେ କାର୍ଯ୍ୟ କରୁଛନ୍ତି  । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରମିଳା ଇତିହାସ ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି । ସେହିପରି ଉଷା ଦେବୀ ବି ଦଳର ବରିଷ୍ଠ ବିଧାୟକ ଓ ପୂର୍ଵରୁ ବି ମନ୍ତ୍ରୀ ଥିଲେ  ।

ଅପରପକ୍ଷରେ  ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ  । ରାଜଭବନରେ ଶପଥଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଇତିମଧ୍ୟରେ ସବୁ ମନ୍ତ୍ରୀ ଇସ୍ତଫା ଦେଇସାରିଥିବାବେଳେ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିବାକୁ ଅପେକ୍ଷା କରିଛନ୍ତି ।

ରାଜନୀତିକ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିଏମଓରୁ ଫୋନ ଯାଇଛି  । ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇଙ୍କୁ ମଧ୍ୟ ଫୋନ ଯାଇଥିବା ଚର୍ଚ୍ଚା ହେଉଛି  । ଏମାନଙ୍କ ବ୍ୟତୀତ ରୁଦ୍ର ମହାରଥି, ବାସନ୍ତୀ ହେମ୍ବ୍ରମ୍, ମନୋହର ରନ୍ଧାରୀଙ୍କକୁ ଫୋନ ଯାଇଥିବାନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ରୁଦ୍ରଙ୍କ ପାଖକୁ ଫୋନ ଯାଇନଥିବା ତାଙ୍କର ଜଣେ ଖାସ ଅନୁଗତ ସୂଚନା ଦେଇଛନ୍ତି  ।

ଆସନ୍ତାକାଲି ୧୧ଟା ୪୫ରେ ରାଜଭବନର କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ   । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚୀ ନାୟକ, ମୟୁରଭଞ୍ଜରୁ  ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ହେବେବୋଲି କୁହାଯାଉଛି  । ସେହିପରି ବ୍ୟୋମୋକେଶ ରାୟ, ଦେବୀ ପ୍ରସାଦ ମିଶ୍ର, ଦେବୀରଞ୍ଜନ ତ୍ରିପାଠୀଙ୍କ ନାମକୁ ନେଇ ବି ଚର୍ଚ୍ଚା ଜୋରଧରିଛି ।