ସବୁ ମନ୍ତ୍ରୀଙ୍କ ଇସ୍ତଫା, ନୂଆ କିଏ ହେବେ

ସବୁ ମନ୍ତ୍ରୀଙ୍କ ଇସ୍ତଫା, ନୂଆ କିଏ ହେବେ

ସବୁ ମନ୍ତ୍ରୀଙ୍କ ଇସ୍ତଫା, ନୂଆ କିଏ ହେବେ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତି ନେଇଛନ୍ତି  । ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି  । ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି  । ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି  । ଆସନ୍ତାକାଲି ୧୧ଟା ୪୫ରେ ରାଜଭବନର କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ  । 

ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ । ଶପଥଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ସବୁ ମନ୍ତ୍ରୀ ଇସ୍ତଫା ଦେଇସାରିଥିବାବେଳେ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିବାକୁ ଅପେକ୍ଷା କରିଛନ୍ତି ।

ରାଜନୀତିକ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ସିଏମଓରୁ ଫୋନ ଯାଇଛି । ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇଙ୍କୁ ମଧ୍ୟ ଫୋନ ଯାଇଥିବା ଚର୍ଚ୍ଚା ହେଉଛି । ଏମାନଙ୍କ ବ୍ୟତୀତ ରୁଦ୍ର ମହାରଥି, ବାସନ୍ତୀ ହେମ୍ବ୍ରମ୍, ମନୋହର ରନ୍ଧାରୀଙ୍କୁ ଫୋନ ଯାଇଥିବାନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ରୁଦ୍ରଙ୍କ ପାଖକୁ ଫୋନ ଯାଇନଥିବା ତାଙ୍କର ଜଣେ ଖାସ ଅନୁଗତ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ୧୧ଟା ୪୫ରେ କନଭେସନ ହଲରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚୀ ନାୟକ, ମୟୁରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ଗଞ୍ଜାମରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର ମନ୍ତ୍ରୀ ହେବେବୋଲି ଜଣାପଡ଼ିଛି। ସେହିପରି ବ୍ୟୋମୋକେଶ ରାୟ, ଦେବୀ ପ୍ରସାଦ ମିଶ୍ର, ଦେବୀରଞ୍ଜନ ବି ମନ୍ତ୍ରୀ ହୋଇପାରନ୍ତି ।