ମାନ ରଖିଲେ ଭଗୱନ୍ତ ମାନ

ମାନ ରଖିଲେ ଭଗୱନ୍ତ ମାନ

ମାନ ରଖିଲେ ଭଗୱନ୍ତ ମାନ

ଚଣ୍ଡିଗଡ଼: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଜାରି ରହିଛି । ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରଚଣ୍ଡ ସଫଳତା ମିଳିଛି। ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ଆମ୍ ଆଦମୀ ପାର୍ଟି ସରକାର କରୁଥିବା ଜଣାପଡ଼ୁଛି । ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ଭଗୱନ୍ତ ମାନ ଏଠାରେ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ପଞ୍ଜାବର ମୋଟ ୧୧୭ ସିଟରୁ ସମସ୍ତ ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ୧୧୭ ସିଟରୁ ଆପ୍ ୯୦ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ସେହପରି ଶିରୋମଣୀ ଆକାଳୀ ଦଳ ୭ଟି, ବିଜେପି ୨ଟି ଓ ବିଏସପି ୨ଟି ଆସନରେ ଆଗୁଆ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡରେ ପଞ୍ଜାବରେ ଏକ ବଡ଼ କଥା ଦେଖିବାକୁ ମିଳିଛି । ଆମ୍ ଆଦମୀ ପାର୍ଟିର ସୁନାମୀରେ ଭାସି ଯାଇଛନ୍ତି ବହୁ ବରିଷ୍ଠ ନେତା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ କଥା କହିବା ଯଦି ତାହାଲେ ଚନ୍ନି ଦୁଇଟି ଆସନରେ ଏବେ ପଛୁଆ ରହିଛନ୍ତି । ଚନ୍ନି ଭଦୁର ଆସନରୁ ପଛରେ ଅଛନ୍ତି । ଦ୍ୱିତୀୟ ରାଉଣ୍ଡ ଫଳାଫଳ ଘୋଷଣା ହେବା ପର୍ୟ୍ୟନ୍ତ ଭଦୁର ସିଟରେ ପଛରେ ଅଛନ୍ତି ଚନ୍ନି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଆପର ଲଭ୍ ସିଂ ୩ ହଜାର ୪୬୧ ଭୋଟରେ ଆଗୁଆଆ ରହିଛନ୍ତି । ସେହିପରି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ମଧ୍ୟ ଅମୃତସର ଇଷ୍ଟ ଆସନରୁ ପଛୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ଗଣତି ଶେଷ ହେବ ସୁଦ୍ଧା ତୃତୀୟ ସ୍ଥାନରେ ଅଛନ୍ତି ସିଦ୍ଧୁ । ଅମୃତସର ଇଷ୍ଟ ଆସନରେ ଆମ୍ ଆଦମୀ ପାର୍ଟିର ଜୀବନ ଜ୍ୟେତ କୈର ଆଗରେ ରହିଛନ୍ତି ।

ସେହିପରି କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ଅଧ୍ୟକ୍ଷ କ୍ୟାପଟେନ ଅମିରନ୍ଦର ସିଂ ମଧ୍ୟ ପଛୁଆ ରହିଛନ୍ତି । ପଞ୍ଜାବର ପଟିଆଲା ଆସନରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଚେକ୍ ଦେଉଛନ୍ତି ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂ କୋହଲି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ଅମରିନ୍ଦର ସିଂ ୯ ହଜାର ୮୦୦ ଭୋଟରେ ପଛୁଆ ରହିଛନ୍ତି । ଅନ୍ୟପକ୍ଷରେ ପଞ୍ଜାବର ବରିଷ୍ଠ ନେତା ତଥା ପଞ୍ଜାବର ଚାରି ଥରର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ପଛୁଆ ରହିଛନ୍ତି । ପ୍ରକାଶ ସିଂଙ୍କ ପାରମ୍ପାରିକ ଆସନ ଲମ୍ବିରେ ତାଙ୍କୁ ଚେକ୍ ଦେଇଛନ୍ତି ଆମ୍ ଆଦମୀ ପାର୍ଟିର ଗୁରମିତ୍ ସିଂ ଖୁଡିଆନ । ଚତୁର୍ଥ ରାଉଣ୍ଡ ଶେଷ ହେବା ସୁଦ୍ଧା ପ୍ରକାଶ ସିଂ ବାଦଲ ୫ ହଜାର ୫୮୫ ଭୋଟରେ ପଛୁଆ ରହିଛନ୍ତି ।