ମେଧାବୀ ଛାତ୍ରଙ୍କୁ ଲାପଟପ ବଦଳରେ ଆକାଉଣ୍ଟରେ ମିଳିବ ଟଙ୍କା

ମେଧାବୀ ଛାତ୍ରଙ୍କୁ ଲାପଟପ ବଦଳରେ ଆକାଉଣ୍ଟରେ ମିଳିବ ଟଙ୍କା

ମେଧାବୀ ଛାତ୍ରଙ୍କୁ ଲାପଟପ ବଦଳରେ ଆକାଉଣ୍ଟରେ ମିଳିବ ଟଙ୍କା
ଭୁବନେଶ୍ୱର: ଚଳିତ ବର୍ଷରୁ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପରିବର୍ତ୍ତେ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ସିଧାସଳଖ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଡିବିଟି (ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର) ଯୋଜନାରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଏହି ପ୍ରକି୍ରୟାରେ ସଫଳ ରୂପାୟନ ତଥା ତ୍ୱରାନ୍ୱିତ ପାଇଁ ଏକ ‘ଇ-ମେଲ ଗେଟ ୱେ’ ଜାରି କରିବାକୁ ଉଚ୍ଚ ଶିକ୍ଷା ବିଭାଗ ଓକାକକୁ ପରାମର୍ଶ ଦେଇଛି । ଫଳରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପଞ୍ଜୀକରଣ ସମୟରେ ଓଟିପି ଦେବାରେ ସହାୟକ ହେବ ।