ରାଜ୍ୟରେ ପଛୁଆବର୍ଗଙ୍କ ହେବ ସର୍ଭେ

ରାଜ୍ୟରେ ପଛୁଆବର୍ଗଙ୍କ ହେବ ସର୍ଭେ

ରାଜ୍ୟରେ ପଛୁଆବର୍ଗଙ୍କ ହେବ ସର୍ଭେ
ଭୁବନେଶ୍ୱର :ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଅନୁଧ୍ୟାନ ପାଇଁ ଆରମ୍ଭ ହେବ ସର୍ଭେ । ପଛୁଆ ବର୍ଗ କମିସନ କରିବେ ସର୍ଭେ । ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗ ବିଭାଗ । ରାଜ୍ୟରେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବା ପାଇଁ ଏହି ବର୍ଗ ପାଇଁ ସ୍ୱତନ୍ତ୍ର ଜନଗଣନା କରିବାକୁ ଦାବି କରି ଆସୁଛି ଓଡ଼ିଶା । ଏ ନେଇ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା । ପଛୁଆ ବର୍ଗଙ୍କ ସ୍ୱତନ୍ତ୍ର ଗଣନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଥିଲେ । ତେବେ ଜନଗଣନା ଆରମ୍ଭ ପୂର୍ବରୁ କରୋନା ମହାମାରୀ ବ୍ୟାପିଯିବାରୁ ସବୁ ଏ ଦିଗରେ ଆଉ କୌଣସି ପ୍ରକି୍ରୟା ଆଗେଇନଥିଲା । ତେବେ ରାଜ୍ୟ ସରକାର ସ୍ୱତନ୍ତ୍ର ପଛୁଆ ବର୍ଗ କମିଶନ ଗଠନ କରିଥିଲେ । ପଛୁଆ ବର୍ଗ କମିସନ ଆଇନ-୧୯୯୩ ଓ ସଂଶୋଧିତ ଆଇନ-୨୦୨୦ ଆଧାରରେ ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ସ୍ଥିତି ଶିକ୍ଷାଗତ ସ୍ଥିତି ଜାଣିବା ପାଇଁ କମିଶନ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସର୍ଭେ ରିପୋର୍ଟକୁ ଆଧାର କରି ପଛୁଆ ବର୍ଗ ସାମାଜିକ ଓ ଶିକ୍ଷାଗତ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ଆଣିବେ । ଏହା ଦ୍ୱାରା ପଛୁଆ ବର୍ଗ ସଂଖ୍ୟା ଜଣାପଡ଼ିବା ସହ ସେମାନଙ୍କ ସ୍ଥିତି ବାବଦରେ ଜାଣିପାରିବେ ।