ମାର୍ଚ୍ଚ ଶେଷ ଯାଏ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ

ମାର୍ଚ୍ଚ ଶେଷ ଯାଏ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ

ମାର୍ଚ୍ଚ ଶେଷ ଯାଏ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ
ନୂଆଦିଲ୍ଲୀ: ସାମ୍ପ୍ରତିକ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲଗାଯାଇଥିବା କଟକଣାକୁ ମାର୍ଚ୍ଚ ୩୧ ଯାଏ ସମ୍ପ୍ରସାରଣ କରିଛନ୍ତି । ତେବେ ବନେ୍ଦ ଭାରତ ମିସନ ଏବଂ ଟ୍ରାଭେଲ ବବଲ୍ସ ଅଧୀନରେ ଚାଲୁଥିବା ବିମାନ ଗୁଡ଼ିକର ଉଡ଼ାଣ ଜାରି ରହିବ । ମହାମାରୀର ପ୍ରକୋପ ଏଭଳି ରହିଛି ଯେ, ଇତି ମଧ୍ୟରେ ବର୍ଷେ ବିତିଯାଇଥିବା ସତ୍ତ୍ୱେ ନିକଟ ଭବିଷ୍ୟତରେ ଅନ୍ତର୍ଜାତୀୟ ବିମାନ ଉଡାଣର କୌଣସି ସମ୍ଭାବନା ନାହିଁ । ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଧଶାଳୟ (ଡିଜିସିଏ) ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରି ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣାକୁ ସମ୍ପ୍ରସାରଣ କରିଛି ।