ରାଗିଂ: ୯ ଛାତ୍ର ହଷ୍ଟେଲରୁ ବିଦା ହେଲେ

ରାଗିଂ: ୯ ଛାତ୍ର ହଷ୍ଟେଲରୁ ବିଦା ହେଲେ

ରାଗିଂ: ୯ ଛାତ୍ର ହଷ୍ଟେଲରୁ ବିଦା ହେଲେ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକନ୍ନୋଲୋଜି (ଏସୟୁଆଇଆଇଟି) ହଷ୍ଟେଲ ରାଗିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଶୃଙ୍ଖଳା କମିଟିର ତଦନ୍ତ ରିପୋର୍ଟ ମିଳିବା ପରେ ଆଜି ତୁରନ୍ତ ଅନୁଷ୍ଠାନର ନିର୍ଦେଶକ ପ୍ରଫେସର ବି.କେ ମହାନ୍ତି ସମ୍ପୃକ୍ତ ୯ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଥିରେ ଦ୍ୱିତୀୟ ବର୍ଷର ୮ ଜଣ ଛାତ୍ର ଏବଂ ଶେଷ ବର୍ଷର ଜଣେ ଛାତ୍ର ରହିଛନ୍ତି । ଘଟଣାରେ ସିଧାସଳଖ ସମ୍ପୃକ୍ତି ଥିବା ୪ ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଛାତ୍ରବାସରୁ ଏକ ବର୍ଷ ପାଇଁ ବିଦା କରାଯାଇଛି । ଦ୍ୱିତୀୟ ବର୍ଷର ଅନ୍ୟ ୪ ଜଣ ଛାତ୍ରଙ୍କୁ ୬ ମାସ ପାଇଁ ଛାତ୍ରବାସରୁ ବହିଷ୍କାର କରାଯାଇଥିବା ନିର୍ଦେଶକ ସୂଚନା ଦେଇଛନ୍ତି । ଏଥିସହିତ ଦୋଷୀ ୮ ଜଣ ଛାତ୍ରଙ୍କୁ ଶେଷବର୍ଷର କିଛି ଛାତ୍ର ନିଜ ମନ ମୁତାବକ ରାତିଅଧିଆ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଆଧାର କରି ଶେଷ ବର୍ଷର ଜଣେ ଛାତ୍ରଙ୍କୁ ମଧ୍ୟ ୬ ମାସ ପାଇଁ ଛାତ୍ରାବାସରୁ ବହିଷ୍କୃତ କରାଯାଇଥିବାବେଳେ ଅନ୍ୟକିଛି ଛାତ୍ରଙ୍କୁ ତାଗିଦ କରି ଛଡ଼ାଯାଇଥିବା ନିର୍ଦେଶକ ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବୁର୍ଲା ସୁଇଟ୍‌ ମହାବିଦ୍ୟାଳୟରେ ଏକ ମାସ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ତାଙ୍କ ୮ ଜଣ ସହପାଠୀ ରାତିରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାପରେ ସମ୍ପୃକ୍ତ ଛାତ୍ର ଜଣକ ଘଟଣା ସମ୍ପର୍କରେ ଶେଷବର୍ଷରେ ପଢୁଥିବା ତାଙ୍କ ଜଣେ ସମ୍ପର୍କୀୟ ବଡ଼ଭାଇଙ୍କୁ ଜଣାଇଥିଲେ । ଏହାପରେ ବଡ଼ଭାଇ ଜଣକ ତାଙ୍କ କିଛି ସାଙ୍ଗମାନଙ୍କ ସହ ମିଶି ଦୁର୍ବ୍ୟବହାର କରିଥିବା ସେହି ୮ ଜଣ ଛାତ୍ରଙ୍କୁ ଅଧରାତିରେ ଛାତ୍ରବାସ ମଧ୍ୟରେ ଆଣ୍ଠେଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ସେହି ଛାତ୍ରବାସରେ ରାତିରେ ତଦାରଖ କରୁଥିବା କିଛି ଅଧ୍ୟାପକଙ୍କ ନିକଟକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ସେମାନେ ତୁରନ୍ତ ନିର୍ଦେଶକଙ୍କୁ ଜଣାଇଥିଲେ । ଏହା ପରେ ସୁଇଟ୍‌ ନିର୍ଦେଶକ ପ୍ରଫେସର ମହାନ୍ତି ତୁରନ୍ତ ଶୃଙ୍ଖଳା କମିଟି ଗଠନ କରି ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ ।