କୋର୍ଟରେ ବିସ୍ଫୋରଣ, ୨ ମୃତ, ଅନେକ ଆହତ
କୋର୍ଟରେ ବିସ୍ଫୋରଣ, ୨ ମୃତ, ଅନେକ ଆହତ
ଲୁଧିଆନା: ପଞ୍ଜାବର ଲୁଧିଆନା କୋର୍ଟ କମ୍ପ୍ଲେକ୍ସରେ ଘଟିଛି ବୋମା ବିସ୍ଫୋରଣ। ଗୁରୁବାର ଦିନ ୧୨ଟା ୧୨ରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। କୋର୍ଟ ପରିସରରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ତୃତୀୟ ମହଲାରେ ହୋଇଥିଲା। ଏହି ଦୁର୍ଘଟଣାରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଗାଡିମୋଟର କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ହେବାପରେ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ଭୟରେ ଧାଁ ଦଉଡ କରିବା ଆରମ୍ଭ କରିଦେଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୋଲିସ ସେଠାରେ ପହଁଞ୍ଚିଥିଲା। ବିସ୍ଫୋରଣ ପଛରେ କାରଣ ସ୍ପଷ୍ଟ ହୋଇନାହିଁ।
ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୋଲିସ ସେଠାରେ ପହଁଞ୍ଚିଥିଲା।




admin 