ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦରକୁ ନେଇ ବିଧାନସଭା ସରଗରମ

ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦରକୁ ନେଇ ବିଧାନସଭା ସରଗରମ

ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦରକୁ ନେଇ ବିଧାନସଭା ସରଗରମ
ଭୁବନେଶ୍ୱର: ରାଜ୍ୟରେ ବର୍ଦ୍ଧିତ ବିଜୁଳି ଦରକୁ ନେଇ ବିଧାନସଭା ସରଗରମ ହୋଇଛି । ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଲୋକଙ୍କୁ ବିଜୁଳି ଛାଟ ମାରିଛନ୍ତି ବୋଲି ବିଧାୟକ ମୋହନ ମାଝୀ କହିଛନ୍ତି । କରୋନା ସମୟରେ ବିଦୁ୍ୟତ୍ ଦରବୃଦ୍ଧି କରି ସରକାର ଅନ୍ୟାୟ କରିଛନ୍ତି । ବିଭିନ୍ନ କମ୍ପାନୀ ଉପରେ ୬ ହଜାର କୋଟି ଟଙ୍କା ବିଦୁ୍ୟତ୍ ଦେୟ ବାକି ପଡିଛି ।ତାକୁ ଆଦାୟ ନକରି ସରକାର ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିବୁ ବୋଲି ମୋହନ ମାଝୀ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ପୁଣି ବିଦ୍ୟୁତ ଶୁଳ୍କରେ ୟୁନିଟ ପିଛା ୩୦ ପଇସା ବୃଦ୍ଧିକୁ ବିରୋଧ କରି ନାରାବାଜି କରିଥିଲେ । ଘରୋଇ ଉପଭୋକ୍ତାମାନଙ୍କୁ ଏଣିକି ସମସ୍ତ ସ୍ଲାବରେ ୩୦ ପଇସା ଅଧିକ ବିଜୁଳି ବିଲ୍ ଦେବାକୁ ପଡିବ । ଦରବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତି ନେଇଛି । ଏହା ଏପ୍ରିଲ ୪ରୁ ଲାଗୁହେବ । ତେବେ ଏହାକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଥିଲେ।