ରାଜ୍ୟରେ ୧ ଲକ୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଟୀକା ନେଇସାରିଲେଣି

ରାଜ୍ୟରେ ୧ ଲକ୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଟୀକା ନେଇସାରିଲେଣି

ରାଜ୍ୟରେ ୧ ଲକ୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଟୀକା ନେଇସାରିଲେଣି
ଭୁବନେଶ୍ୱର : ରାଜ୍ୟରେ ୧ ଲକ୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ ଟୀକା ନେଇସାରିଲେଣି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ ଲକ୍ଷ ୧୧ ହଜାର ୩୩୭ ଜଣ ବରିଷ୍ଠ ନାଗରିକ ଟିକା ନେଇସାରିଥିବାବେଳେ ୪୫ରୁ ୫୯ ବର୍ଷ ମଧ୍ୟରେ ୪୭୨୪ ଜଣ ଟିକା ନେଇଛନ୍ତି । ଯେଉଁମାନଙ୍କର ବୟସ ୬୦ରୁ କମ ହୋଇଥିଲେବି ସେମାନେ ବିବିଧ ରୋଗରେ ଆକ୍ରାନ୍ତ ହୋଇଥିବେ ସେମାନଙ୍କୁ ମଧ୍ୟ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ରାଜ୍ୟରେ ଆଉ ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୦୨ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ମୟୂରଭଞ୍ଜରେ ୧୦, ଖୋର୍ଦ୍ଧାରେ ୭, ସମ୍ବଲପୁରରେ ୭, ବାଲେଶ୍ୱରରେ ୬, ଝାରସୁଗୁଡ଼ାରେ ୬, ସୁନ୍ଦରଗଡ଼ରେ ୬, ଅନୁଗୁଳରେ ୩, ଗଞ୍ଜାମରେ ୩, ନୂଆପଡ଼ାରେ ୩, ପୁରୀରେ ୩, ଗଜପତିରେ ୨, ମାଲକାନାଗିରିରେ ୨, ନବରଙ୍ଗପୁରରେ ୨, ବରଗଡ଼, କଟକ, କଳାହାଣ୍ଡି ଓ ରାଜ୍ୟ ପୁଲରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି ।