ରାଜ୍ୟରେ ୫୦ ହଜାର ଟପିଲା ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୫୦ ହଜାର ଟପିଲା ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୫୦ ହଜାର ଟପିଲା ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର - ରାଜ୍ୟରେ ଏଚ୍ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପି ଯାଇଛି । ୨୦୧୯/୨୦ ମସିହାରେ ୨୪୬୭ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୯୬ ଜଣ ହେଉଛନ୍ତି ଯୁବ ବର୍ଗର । ୨୦୩୦ ମସିହା ସୁଦ୍ଧା ଦେଶରୁ ଏଚ୍ଆଇଭି /ଏଡସମୁକ୍ତ ଲକ୍ଷ୍ୟ ରହିଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଚିନ୍ତାର କାରଣ ପାଲଟିଛି । ଗତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ୪୯ ହଜାର ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଡିସେମ୍ବର ମାସ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୨୮୨ ରେ ପହଞ୍ଚିଛି । ଗତ ୩ ମାସରେ ୮୮୧ ଜଣ ନୂତନ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଏଚଆଇଭି ଆକ୍ରାନ୍ତ ହାର ୪୧ ପ୍ରତିଶତ ରହିଛି । ରାଜ୍ୟରେ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଆଇସିଟିସି ଜରିଆରେ ମାଗଣାରେ ଏଚ୍ଆଇଭି ପରୀକ୍ଷା କରାଯାଉଛି । ଗ୍ରାମାଞ୍ଚଳରେ ଭିଏଚଏନଡି ଜରିଆରେ ମଧ୍ୟ ସ୍କି୍ରନିଂ କରାଯାଉଛି । ଏହା ସହ ବିଭିନ୍ନ ଏନଜିଓ ସଂସ୍ଥାମାନଙ୍କ ଜରିଆରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଏଚ୍ଆଇଭି ସ୍କି୍ରନିଂ କରାଯାଉଛି । ରାଜ୍ୟ ଏଡ୍ସ ନି୍ରୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ସ୍କି୍ରନିଂକୁ ଏବେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଫଳରେ ଲୋକମାନେ ସ୍ୱେଚ୍ଛାକୃତ ଭାବେ ସ୍କି୍ରନିଂ କରିବା ପାଇଁ ଆଗଭର ହେଉଛନ୍ତି । ରାଜ୍ୟରେ ଏଚ୍ଆଇଭି ସଂକ୍ରମଣ କ୍ଷେତ୍ରରେ ୩ ପ୍ରତିଶତ ହ୍ରାସ ଘଟିଛି ।