ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ନାମ ଘୋଷଣା

ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ନାମ ଘୋଷଣା

ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ନାମ ଘୋଷଣା
ନୂଆଦିଲ୍ଲୀ:ଆମେରିକାର ରାଷ୍ଟ୍ରପତିଭାବେ ଜୋ ବାଇଡେନଙ୍କ ନାମ ଘୋଷଣା କରାଯାଇଛି । ରାଷ୍ଟ୍ରପତିଭାବେ ଆମେରିକା କଂଗ୍ରେସ ପକ୍ଷରୁ ବାଇଡେନଙ୍କ ନାମକୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି । ଫଳରେ ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ତ ଦାବି ନିଷ୍ଫଳ ହୋଇଯାଇଛି । ଏମିତିକି ଟ୍ରମ୍ପ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି । ପ୍ରକାଶ ଯେ, ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ୍‌ରେ ଦଙ୍ଗା ଓ ଗଣ୍ଡଗୋଳ କରିଥିବା କାରଣରୁ ରାଷ୍ଟ୍ରପତି ଡୋନାଲ୍ଡ୍‌ଟ୍ରମ୍ପ୍‌ଙ୍କୁ ବହିଷ୍କାର କରିବାକୁ ତାଙ୍କ କ୍ୟାବିନେଟ୍‌ର ସଦସ୍ୟମାନେ ଆଲୋଚନା କରିଥିଲେ । ଏହି ଆଲୋଚନା ଯୁକ୍ତରାଷ୍ଟ୍ର ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ ଉପରେ ଆଲୋକପାତ କରିଥିଲେ। ଯଦି ରାଷ୍ଟ୍ରପତି ତାଙ୍କ କ୍ଷମତା ଓ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଅସମର୍ଥ ବୋଲି ବିବେଚିତ ହୁଅନ୍ତି, ତେବେ ଉପରାଷ୍ଟ୍ରପତି ଓ ପ୍ରକାଶ ଯେ, ଟ୍ରମ୍ପଙ୍କ କରିଥିଲେ । କ୍ୟାବିନେଟ୍‌ ତାଙ୍କୁ ବହିଷ୍କାର କରିପାରିବେ ବୋଲି ଏହି ସଂଶୋଧିତ ସମ୍ବିଧାନରେ ଉଲ୍ଲେଖ ଅଛି। ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍‌ରେ କରିଥିବା ଦଙ୍ଗା ଓ ହିଂସାକାଣ୍ଡ ଘଟଣାରେ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିବା କଥା ପୁଲିସ କହିଛି। ବ୍ୟାରିକେଡ୍‌ ଲଗାଯାଇଥିବା ଏକ ଦ୍ବାର ଦେଇ ବଳପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଦଳେ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆହତ ହୋଇଥିବା ଆଉ ତିନିଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଦଙ୍ଗା ଘଟଣା ପରେ ପରେ ସମଗ୍ର ୱାସିଂଟନ୍‌ ଡିସିରେ ଜାରି କରାଯାଇଥିବା କର୍ଫ୍ୟୁ ଉଲ୍ଲଂଘନ କରି ସନ୍ଧ୍ୟା ୬ଟା ପରେ ରାସ୍ତାକୁ ବାହାରିଥିବା ୫୨ଜଣ ଲୋକଙ୍କୁ ପୁଲିସ ଗିରଫ କରିଛି।