ସାଇବର ଅପରାଧ ରୋକିବାକୁ ସହାୟତା ଡେସ୍କ

ସାଇବର ଅପରାଧ ରୋକିବାକୁ ସହାୟତା ଡେସ୍କ

ସାଇବର ଅପରାଧ ରୋକିବାକୁ ସହାୟତା ଡେସ୍କ
ଭୁବନେଶ୍ୱର: ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ହେଲପ ଡେସ୍କ କରାଯାଇଛି । କମିଶନଟେ ପୁଲିସର ସ୍ପେଶାଲ ସ୍କ୍ୱାଡରେ ହେଲପ ଡେସ୍କ ଆରମ୍ଭ ହୋଇଛି । ପ୍ରାରମ୍ଭିକଭାବେ ଜଣେ ସବ ଇନସ୍ପେକ୍ଟର ଓ ୭ ଜଣ କନଷ୍ଟେବଳଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି । ସାଇବର ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ମହିଳାଙ୍କୁ ହଇରାଣ କରୁଥିବା ଅଜଣା ଫୋନ କଲ ସମ୍ପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି । ହେଲପ ଲାଇନ ନମ୍ବର ୭୦୦-୦୦୦-୬୭୦୯ରେ ଜଣାଇବାକୁ କମିଶନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।