ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ

ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ

ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ମହାଦେବଙ୍କ ଆରାଧନା କରାଯାଉଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ତେବେ ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ । ସେ କହିଛନ୍ତି ଯେ, ସ୍ଥିତି ଦେଖିବୁ । ମନ୍ଦିର ଭିତରେ ଅତ୍ୟଧିକ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ସବୁ ସୁରୁଖୁରୁରେ ଚାଲିଛି । ଶ୍ରଦ୍ଧାଳୁ ଧାଡ଼ିରେ ରହି ଦର୍ଶନ କରୁଛନ୍ତି । କରୋନା କଟକଣା ମାନି ଦୀପ ଜାଳିବାକୁ ଭକ୍ତଙ୍କୁ ଅନୁମତି ମିଳିଛି । ସନ୍ଧ୍ୟାରେ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ ହୋଇପାରେ ବୋଲି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି ।