“ବହୁ ଜୋରରେ ବର୍ଷା ହେଉ। ସବୁ ନିଆଁ ଲିଭିଯାଉ"

“ବହୁ ଜୋରରେ ବର୍ଷା ହେଉ। ସବୁ ନିଆଁ ଲିଭିଯାଉ"

“ବହୁ ଜୋରରେ ବର୍ଷା ହେଉ। ସବୁ ନିଆଁ ଲିଭିଯାଉ"
କରଞ୍ଜିଆ: “ବହୁ ଜୋରରେ ବର୍ଷା ହେଉ। ସବୁ ନିଆଁ ଲିଭିଯାଉ। ଏପରି କହି ଖୁସିରେ ଆତ୍ମହରା ହୋଇ ଗତକାଲି ଜଙ୍ଗଲରେ ନାଚି ଉଠିଲେ ମହିଳା ଫରେଷ୍ଟର୍ ସ୍ନେହା ଧଳ। ଦୀର୍ଘ ୧୫ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଜଳୁଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ। ଏହି ନିଆଁ ଲିଭାଇବାକୁ ଶହ ଶହ ବନ କର୍ମଚାରୀଙ୍କ ସମେତ ଫରେଷ୍ଟର୍ ସ୍ନେହା ଧଳ ମଧ୍ୟ ନିୟୋଜିତ ଅଛନ୍ତି। ନିଆଁ ଲିଭାଇବାକୁ ଦିନରାତି ଏକ କରିଦେଇଥିବା ସ୍ନେହା ଗତକାଲି ବର୍ଷା ପରେ ଖୁସିରେ ଗଦଗଦ ହୋଇ ନାଚି ଉଠିଲେ। ସୂଚନାଯୋଗ୍ୟ, ନିଆଁରେ ଛାରଖାର ହୋଇଗଲାଣି ଚିର ସବୁଜ ଶିମିଳିପାଳ। ଏଥିରେ ଅଭୟାରଣ୍ୟ ପାଖ ଜୀବଜନ୍ତୁ, ମଣିଷ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ବେଳେ ଇନ୍ଦ୍ର ଦେବତାଙ୍କ କୃପାରୁ ଗତକାଲି ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ଗତକାଲି ଅପରାହ୍ନ ପ୍ରାୟ ଅଢ଼େଇଟାରୁ ୩.୧୫ ମିନିଟ୍‌ ପର୍ୟ୍ୟନ୍ତ ଝିପିଝିପି ବର୍ଷା ହୋଇଥିଲା। ଶିମିଳିପାଳ ନିଆଁ ନିୟନ୍ତ୍ରଣ ଦିଗରେ ଏହା ବଡ଼ ଆଶା ସୃଷ୍ଟି କରିଛି । ବର୍ଷା ହେବାରୁ ସେଠାରେ ନିଆଁ ଲିଭାଇବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିବା ବନ କର୍ମଚାରୀ କେତେ ଖୁସି, ତାର ଝଲକ ଦେଖିବାକୁ ମିଳିଛି ଏଇ ଭାଇରାଲ୍ ଭିଡିଓରେ । ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ହେବା ପରେ ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ ମହିଳା ଫରେଷ୍ଟର୍ ସ୍ନେହା ଧଳ । ବର୍ଷା ହେବା ପରେ ନିଆଁ, ଧୂଆଁ ଓ ଅସହ୍ୟ ତାତିକୁ ଖାତିର ନକରି ବ୍ଲୋଅର୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ଏହି ମହିଳା ବନ କର୍ମଚାରୀଙ୍କ ଖୁସିର ଠିକଣା ନାହିଁ।