ଶାସକ-ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବି

ଶାସକ-ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବି

ଶାସକ-ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବି
ଭୁବନେଶ୍ୱର: ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ଚାଲି ପାରିଲାନି ଗୃହ , ପୂର୍ବାହ୍ନ ସାଢେ ୧୧ ଟା ଯାଏଁ ମୁଲତବି । ବିଧାନସଭାରେ ଶାସକ-ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଥିଲେ । ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହର ମଧ୍ୟଭାରେ ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି କରିଥିଲେ । ଉଭୟ ବିଜେପି ଓ କଂଗ୍ରେସ ଦଳ ସଦସ୍ୟ ହୋହାଲ୍ଲା, ପାଟିତୁଣ୍ଡ ଓ ନାରାବାଜି କରିଥିଲେ । ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ନେଇ ବିଜେଡି ପ୍ରତିବାଦ କରିଛି । ଆତ୍ମାହତ୍ୟା ଧମକ ଦେଇଥିବାରୁ କ୍ଷମା ମାଗିବା ନେଇ ବିଜେଡି ସଦସ୍ୟ ଦାବି କରିଛନ୍ତି । କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁନି ବୋଲି ବିଜେଡି ସଦସ୍ୟ କହିଛନ୍ତି ।