ସଲମାନଙ୍କୁ ଧମକପର୍ଣ୍ଣ ଚିଠି; ମୁସେୱାଲାଙ୍କ ପରିଣମ ଭୋଗିବ

ସଲମାନଙ୍କୁ ଧମକପର୍ଣ୍ଣ ଚିଠି; ମୁସେୱାଲାଙ୍କ ପରିଣମ ଭୋଗିବ

ସଲମାନଙ୍କୁ ଧମକପର୍ଣ୍ଣ ଚିଠି; ମୁସେୱାଲାଙ୍କ ପରିଣମ ଭୋଗିବ

ମୁମ୍ବାଇ: ସଲାମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ମିଳିଛି  ଧମକପୂର୍ଣ୍ଣ ଚିଠି। ସିଦ୍ଧୁ ମୁସେଓ୍ୱାଲା ପରି ଅବସ୍ଥା ଭୋଗିବକୁ ମିଳିଛି ଧମକ। ବଲିଉଡର ଭାଇଜାନଙ୍କ ପିତାଙ୍କୁ ଏପରି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍ର ଟେନସନ ବଢ଼ି ଯାଇଛି।  ବାଦ୍ରା ପୁଲିସ୍ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୁମ୍ବାଇ ପୁଲିସ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ସଲମାନ ଖାନଙ୍କ ପିତା ପ୍ରତିଦିନ ସକାଳେ ନିଜ ସିକ୍ୟୁରିଟି ଷ୍ଟାଫଙ୍କ ସହ ମର୍ଣ୍ଣିଂ  ୱାକ ଯାଇଥାନ୍ତି। ସେଠାରେ ସେ  ଏକ ସ୍ଥାନରେ ବେଳେବେଳେ ବସୁଥିବା ବେଳେ ଉକ୍ତ ସ୍ଥାନରୁ ତାଙ୍କ ଷ୍ଟାଫଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। କର୍ମଚାରୀମାନେ ଏହି ଚିଠିକୁ ସଲିମ ଖାନଙ୍କୁ ଦେଇଥିବା ବେଳେ ଏନେଇ ବାଦ୍ରା ଥାନାରେ ଅଭିଯୋଗ ହୋଇଛି।ଭଚ୍ଚ

ଉକ୍ତ ଚିଠିରେ ବାପପୁଅଙ୍କୁ ଖୋଲାଖୋଲି ଧମକ ଦିଆଯାଇଛି। ସେଥିରେ ଲେଖାଅଛି, ଉଭୟ ବାପପୁଅଙ୍କୁ ସାଂଘାତିକ ପରିଣାମ ଭୋଗିବାକୁ ପଡ଼ିବ ଓ ସେମାନଙ୍କ ଅବସ୍ଥା ପଂଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ପରି ହେବ । ପୁଲିସ୍ ନିକଟସ୍ଥ ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। କିଛି ଦିନ ତଳେ ପଂଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି  । ୨୦୧୮ରେ ଏହି ଗ୍ୟାଙ୍ଗ ପକ୍ଷରୁ ସଲମାନ ଖାନଙ୍କୁ ମଧ୍ୟ ଧମକ ଦିଆଯାଇଥିଲା ।

କୋର୍ଟରେ କୃଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ଚାଲିଥିବା ବେଳେ ସଲମାନଙ୍କୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋଇ । ଲରେନ୍ସ ବିଷ୍ଣୋଇ ସଂପ୍ରଦାୟର ହୋଇଥିବା ବେଳେ ସେମାନେ କୃଷ୍ଣସାର ମୃଗକୁ  ପବିତ୍ର ବୋଲି ମାନନ୍ତି । ଉତ୍ତର ଭାରତର ଅନେକ ରାଜ୍ୟରେ ତାର ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ଲରେନ୍ସ ଏବେ ତିହାର ଜେଲ୍ରେ ଅଛି ।