ସାମ୍ବାଦିକ ଦାନିଶଙ୍କୁ ପୁଲିତ୍‌ଜର ପୁରସ୍କାର

ସାମ୍ବାଦିକ ଦାନିଶଙ୍କୁ ପୁଲିତ୍‌ଜର ପୁରସ୍କାର

ସାମ୍ବାଦିକ ଦାନିଶଙ୍କୁ ପୁଲିତ୍‌ଜର ପୁରସ୍କାର

ନୂଆଦିଲ୍ଲୀ: ସାମ୍ବାଦିକ ଦାନିଶ ସିଦ୍ଦିକ୍ଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି।  ଭାରତରେ କୋଭିଡ୍ ସମୟରେ ଉଲ୍ଲେଖନୀୟ  ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଛି । ତାଙ୍କ ସହ ରଏଟର୍ସ ସାମ୍ବାଦିକ ଅଦନାନ୍ ଅବିଦି, ସାନ୍ନା ଇଶ୍ରଦ ମାତ୍ତୋ ଏବଂ ଅମିତ ଦେବଙ୍କୁ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଛି। ରଏଟର୍ସ ପକ୍ଷରୁ ଦାନିଶ ଭାରତରେ ମୁଖ୍ୟ ଫଟୋଗ୍ରାଫର ଥିଲେ। ସମାଚାର ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିବା ୩୯ ବର୍ଷୀୟ ସିଦ୍ଦିକି ଜାମିଆ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ। ଆଫଗାନିସ୍ତାନ ସଂଘର୍ଷ ବେଳେ ଦାନିଶ ପ୍ରାଣ ହରାଇଥିଲେ।

ସିଦ୍ଦିକି ଏହି ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ତାଙ୍କ ପିତା ଅଖତର ସିଦ୍ଦିକି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଡିନ୍ ଥିଲେ। ସିଦ୍ଦିକି ୨୦୦୫-୨୦୦୭ ମସିହାରେ ଏଜେକେ ମାସ କମ୍ୟୁନିକେସନ ସେଣ୍ଟରରେ ଅଧ୍ୟୟନ କରିଥିଲେ। ସିଦ୍ଦିକି ସମାଚାର ଏଜେନ୍ସି ରଏଟର୍ସ ପାଇଁ କାର୍ୟ୍ୟ କରୁଥିବାବେଳେ ୨୦୧୮ରେ ମଧ୍ୟ ଫଟୋ ଫିଚର ପାଇଁ ପାଇଁ ପୁଲିତଜର ପୁରସ୍କାର ପାଇଥିଲେ ।

୨୦୨୧ରେ ଯୁଦ୍ଧ ବିଧ୍ୱସ୍ତ ଆଫଗାନସ୍ଥାନରେ ସେ କର୍ତ୍ତବ୍ୟରତ ଥିବାବେଳେ ତାଲିବାନି ଗୁଳିରେ ପ୍ରାଣ ହରାଇଥିଲେ।  ସେ ଆଫଗାନିସ୍ଥାନର କାନ୍ଦାହାର ପ୍ରଦେଶ ସ୍ଥିତ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେ ସେଠାକୁ ଯାଇଥିଲେ। ସେ ଆଫଗାନ ସୈନ୍ୟଙ୍କ ଗହଣରେ ରହି ଫଟୋ ଉଠାଉଥିଲା ବେଳେ ତାଲିବାନି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା।