ରାଜ୍ୟ ସରକାରଙ୍କ ନୀତିକୁ ସମ୍ବିତ ପାତ୍ରଙ୍କ କଡ଼ା ସମାଲୋଚନା, ଜାଣନ୍ତୁ କ’ଣ କହିଲେ
ରାଜ୍ୟ ସରକାରଙ୍କ ନୀତିକୁ ସମ୍ବିତ ପାତ୍ରଙ୍କ କଡ଼ା ସମାଲୋଚନା, ଜାଣନ୍ତୁ କ’ଣ କହିଲେ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ତଥା ପୁରୀର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇର ସତ୍ୟପାଠ ପରେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ କଳାପାହାଡ଼ ସହିତ ତୁଳାନା କରିଛନ୍ତି।
ରାଜ୍ୟ ସରକାର କଳା ପାହାଡ଼ ମାନସିକତା ଛାଡି ଭୁଲକୁ ସ୍ୱୀକାର କରନ୍ତୁ ବୋଲି ସେ କହିଛନ୍ତି । ଏଥିସହ ସରକାର ନିଜର ଅହଂକାର ପରିତ୍ୟାଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଯଦି ଆମର ବିଶ୍ୱ ସ୍ତରୀୟ ଐତିହ୍ୟ ନଷ୍ଟ ହୁଏ, ତେବେ ଭବିଷ୍ୟତ କ୍ଷମା ଦେବ ନାହିଁ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାମ ପାଇଁ ବୈଧ ଅନୁମତି ନ ଥିଲା । ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ୟ୍ୟକରଣକୁ ବିରୋଧ କରାଯାଉ ନାହିଁ । କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ । ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଡିପିଆର୍ ଦାଖଲ କରାଯାଇଛି । ଏଥିସହ ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ କିର୍ତ୍ତୀରାଜି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି । ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଦୁଃଖର ଦିନ । ନିର୍ମାଣ ସମୟରେ ଐତିହ୍ୟ କିର୍ତ୍ତୀରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଥିବା ସମ୍ବିତ ପାତ୍ର କହିଛନ୍ତି ।
ସେହିପରି ଶ୍ରୀମନ୍ଦିର ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସ୍ଆଇର ସତ୍ୟପାଠକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ୟ୍ୟରୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ ଅଛନ୍ତି। ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଏଏସ୍ଆଇ ରିପୋର୍ଟରେ ରହିଛି । କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡ଼ିବ ନ ନାହିଁ ଅନୁଧ୍ୟାନ ହୋଇନି ବୋଲି ଦର୍ଶାଯାଇଛି । ବଡ଼ ବଡ଼ ଗାତ ଖୋଳି ଚାଲିଥିବା ନିର୍ମାଣ କାର୍ୟ୍ୟ ନିମନ୍ତେ କୌଣସି ଅନୁମତି ପ୍ରଦାନ କରାଯାଇ ନାହିଁ । ଏହି ନିର୍ମାଣ କାର୍ୟ୍ୟ ନିମନ୍ତେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । ଏହି ଅର୍ଥରେ ନିର୍ମାଣ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ କରାଯାଇ ପାରିଥାନ୍ତା ।




admin 