ସାମ୍ବାଦିକଙ୍କ ସମେତ ୫ ଗଞ୍ଜେଇ ଚାଲାଣକାରୀ ଗିରଫ
ସାମ୍ବାଦିକଙ୍କ ସମେତ ୫ ଗଞ୍ଜେଇ ଚାଲାଣକାରୀ ଗିରଫ
ଭୁବନେଶ୍ୱର: ପୁଲିସ ଚେକିଂବେଳେ ମାଲକାନିଗିରିରେ ଧରାପଡ଼ିଛି ୧୫୦୦ କିଲୋ ଗଞ୍ଜେଇ । ଏହାର ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ । ଏଡି ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି । ଏଥିମଧ୍ୟରେ ଜଣେ ସାମ୍ବାଦିକ ଥିବା ଜଣାପଡ଼ିଛି । ମାଲକାନଗିରି ଝରିଆଗୁଡ଼ାରେ ପୁଲିସ ଚେକିଂ ହେଉଥିବାବେଳେ ଦୁଇଟି କାର ସେଠାରୁ ଖସିବାକୁ ଉଦ୍ୟମ କରିଥିଲା । ପୁଲିସ ତୁରନ୍ତ ପିଛା କରି ସେମାନଙ୍କୁ ଧରିଥିଲା । ୨ଟି କାରକୁ ବି ଜବତ କରାଯାଇଛି । ଗିରଫ ୫ଜଣଙ୍କୁ ମୁଦୁଲିପଡ଼ା ଥାନାରେ ପଚରାଉଚରା କରାଯାଉଛି । ଚିତ୍ରକୋଣ୍ଡାରୁ ସେମାନେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।




admin 