ସିଏଏକୁ ହିଂସାକୁ ନେଇ କଣ କହିଲେ ପ୍ରଧାନବିଚାରପତି ଆସନ୍ତୁ ଜାଣିବା

ସିଏଏକୁ ହିଂସାକୁ ନେଇ କଣ କହିଲେ ପ୍ରଧାନବିଚାରପତି ଆସନ୍ତୁ ଜାଣିବା

ସିଏଏକୁ ହିଂସାକୁ ନେଇ କଣ କହିଲେ ପ୍ରଧାନବିଚାରପତି ଆସନ୍ତୁ ଜାଣିବା
ନୂଆଦିଲ୍ଲୀ - ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଦେଶବ୍ୟାପୀ ହେଉଥିବା ବିରୋଧ ପ୍ରଦର୍ଶନକୁ ନେଇ ସୁପ୍ରିମ୍କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଧାନ ବିଚାରପତି ଏସ୍ ଏ ବୋବଡେ଼ କହିଛନ୍ତି ଯେ ଦେଶ ଏବେ ଜଟିଳ ସମୟ ଦେଇ ଗତି କରୁଛି । ସିଏଏକୁ ବିରୋଧ କରି ହିଂସା ହେଉଛି । ଶାନ୍ତି ପ୍ରାଇଁ ପ୍ରୟାସ ହେବା ଜରୁରୀ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ସୁପ୍ରିମ୍କୋର୍ଟରେ ସିଏଏକୁ ନେଇ ଯେଉଁଭଳି ଆବେଦନ ହୋଇଛି ତାହା ଏହି ମାମଲାରେ ବିଶେଷ ସହାୟକ ହେବନାହିଁ । ଯେତେବେଳେ ହିଂସା ବନ୍ଦ ହେବ ସିଏଏର ସାମ୍ବିଧାନିକ ବୈଧତା ନେଇ ଆମେ ଶୁଣାଣି କରିବୁ । ଗୋଟିଏ ପଟେ ସିଏଏ ବିରୋଧରେ ଅନେକ ଆବେଦନ ହୋଇଥିବା ବେଳେ ଅନ୍ୟପଟେ ସିଏ ଏନେଇ ଦେଶବ୍ୟାପୀ ମିଥ୍ୟା ପ୍ରଚାର ଏବଂ ବିଭ୍ରାନ୍ତି ଚଳାଇଥିବା କାର୍ଯ୍ୟକର୍ତ୍ତା, ଛାତ୍ର ଏବଂ ମିଡିଆ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସିଏଏକୁ ସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଦାବି କରି ଆବେଦନ ହୋଇଛି । ଏହି ମାମଲାରେ ପ୍ରଧାନ ବିଚାରପତି କହିଛନ୍ତି ଯେ ସଂସଦ ଦ୍ୱାରା ଗୃହୀତ ହୋଇଥିବା ଏକ ବିଲ୍ ଆଇନରେ ପରିଣତ ହେବାପରେ ଏହାକୁ ସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଆବେଦନ କରାଯିବା ପ୍ରଥମ ଘଟଣା । ସୂଚନାଯୋଗ୍ୟ, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସିଏଏକୁ ବିରୋଧ କରୁଥିବା ବେଳେ ସରକାର ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବଦ୍ଧପରିକର ବୋଲି ଘୋଷଣା କରିଛନ୍ତି । ଏହି ଆଇନ ଦ୍ୱାରା ଜଣେ ବି ଭାରତୀୟ କ୍ଷତିଗ୍ରସ୍ତ ହେବେନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଗୁରୁବାର ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନାଙ୍କ ନେତୃତ୍ୱରେ ଅଣ ରାଜନୈତିକ ସଂଗଠନ "ରାଷ୍ଟ୍ର ମଞ୍ଚ' ପକ୍ଷରୁ ମୁମ୍ବାଇରେ "ଗାନ୍ଧୀ ଶାନ୍ତି ଯାତ୍ରା' ଆରମ୍ଭ ହୋଇଛି ।