ମଧ୍ୟପ୍ରଦେଶରେ ଦୀପିକାଙ୍କ "ଛପାକ୍' ଟ୍ୟାକ୍ସ ଫ୍ରି

ମଧ୍ୟପ୍ରଦେଶରେ ଦୀପିକାଙ୍କ "ଛପାକ୍' ଟ୍ୟାକ୍ସ ଫ୍ରି

ମଧ୍ୟପ୍ରଦେଶରେ ଦୀପିକାଙ୍କ "ଛପାକ୍' ଟ୍ୟାକ୍ସ ଫ୍ରି
ଭୋପାଳ - ଜେଏନ୍ୟୁରେ ଆନେ୍ଦାଳନରତ ବାମପନ୍ଥୀ ଛାତ୍ର ସଂଗଠନକୁ ସମର୍ଥନ କରି ଚର୍ଚ୍ଚାରେ ରହିଥିବା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ "ଛପାକ୍' ଏବେ କଂଗ୍ରେସ ଶାସିତ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ପୁଡ଼ୁଚେରୀରେ ଟ୍ୟାକ୍ସ ଫ୍ରି ଘୋଷିତ ହୋଇଛି । ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ଫିଲ୍ମକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିଜେପି ନେତାମାନେ ଦୀପିକାଙ୍କ ଫିଲ୍ମକୁ ବିରୋଧ କରି ବୟାନ ଦେଉଛନ୍ତି । ଅନ୍ୟପକ୍ଷରେ ଦୀପିକା ବାମପନ୍ଥୀ ଏବଂ କଂଗ୍ରେସ ସମର୍ଥକ ଛାତ୍ର ସଂଗଠନକୁ ସମର୍ଥନ କରିବା ପରେ ଦୀପିକାଙ୍କ ସମର୍ଥନରେ ଏବେ କଂଗ୍ରେସ ତାଙ୍କ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଦୀପିକାଙ୍କ ଏହି ଫିଲ୍ମ ସମାଜରେ ଏସିଡ୍ ପୀଡ଼ିତାଙ୍କ ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଥିବାରୁ ଏହାକୁ ଟ୍ୟାକ୍ସ ଫ୍ରି କରାଯାଇଛି ।