ସିନେମା ହଲ, ମଲ ଓ ମେଟ୍ରୋକୁ ସୁପର ସ୍ପେଡ୍ରର ଭାବେ ଆଖ୍ୟା ଦିଆଯାଇଛି

ସିନେମା ହଲ, ମଲ ଓ ମେଟ୍ରୋକୁ ସୁପର ସ୍ପେଡ୍ରର ଭାବେ ଆଖ୍ୟା ଦିଆଯାଇଛି

ସିନେମା ହଲ, ମଲ ଓ ମେଟ୍ରୋକୁ ସୁପର ସ୍ପେଡ୍ରର ଭାବେ ଆଖ୍ୟା ଦିଆଯାଇଛି
ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ଭୟ । ଦେଶେରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁହେଉଛି । ଗତ କିଛି ଦିନ ହେଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସିନେମା ହଲ, ମଲ ଓ ମେଟ୍ରୋକୁ ସୁପର ସ୍ପେଡ୍ରର ଭାବେ ଆଖ୍ୟା ଦିଆଯାଇଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଗୁଡ଼ିକୁ କରୋନା ସୁପର ସ୍ପେଡ୍ରରଭାବେ ଆଖ୍ୟା ଦିଆଯାଇ ଲୋକଙ୍କୁ ସଚେତନ କରାଯାଉଛି । ଏଥିସହ ସର୍ଭେଲାନ୍ସ ବଢାଇବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଅନ୍ୟପକ୍ଷରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । କଟକଣା ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ପ୍ରକାଶ ଯେ, ଦେଶରେ ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୪୭,୨୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୭,୩୪,୦୫୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୨୭୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୬୦,୪୪୧ରେ ପହଞ୍ଚିଛି। ଦିନକରେ ୨୩,୯୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୧୨,୦୫,୧୬୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩,୬୮,୪୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।