୧୩ ଜିଲ୍ଲାକୁ ସତର୍କ ସୂଚନା, ହୋଇପାରେ ଘଡ଼ଘଡ଼ି ସହିତ ବର୍ଷା

୧୩ ଜିଲ୍ଲାକୁ ସତର୍କ ସୂଚନା, ହୋଇପାରେ ଘଡ଼ଘଡ଼ି ସହିତ ବର୍ଷା

୧୩ ଜିଲ୍ଲାକୁ ସତର୍କ ସୂଚନା, ହୋଇପାରେ ଘଡ଼ଘଡ଼ି ସହିତ ବର୍ଷା

ଭୁବନେଶ୍ବର: ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷ ହେବ ବୋଲି କୁହାଯାଇଛି। ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ନେଇ ୧୩ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର ଜିଲାକୁ ୱେଲୋ ୱାର୍ଣ୍ଣିଂ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଏବେ ଗରମ ସହ ଗୁଳୁଗୁଳି ଜାରି ରହିଛି । ଶନିବାର ୧୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ଏଥିରୁ ବୌଦ୍ଧ, ବଲାଙ୍ଗିରରେ ପାରଦ ୪୨ ଡିଗ୍ରୀ ଛୁଇଁଛି । ଉପକୂଳରେ ତାତି ୪୦ ଡିଗ୍ରୀ ତଳେ ଥିଲା, ହେଲେ ଗୁଳୁଗୁଳି ଭୀଷଣ ଜାରି ରହିଛି । ସେଥିପାଇଁ ଆଭ୍ୟନ୍ତରୀଣଠାରୁ ଉପକୂଳର ଅବସ୍ଥା ବେଶି ଯନ୍ତ୍ରଣାଦାୟକ ହୋଇପଡ଼ିଛି ।

ଅନ୍ୟପଟେ ଏଯାଏ ମୌସୁମୀ କେରଳ ପ୍ରବେଶ କରିନାହିଁ । ଆହୁରି ଦୁଇଦିନ ଲାଗିପାରେ ମୌସୁମୀର କେରଳ ଆଗମନ ନେଇ । ଅନୁମାନ କରାଯାଉଛି, ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ଭୀଷଣ ଗରମ ଅନୁଭୂତ ହେବ । ରାଜ୍ୟରେ ଜୁନ୍ ୧୦ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ ।