୨୦୧୮ ରେ ଦୈନିକ ୮୦ ହତ୍ୟା, ୯୧ ଦୁଷ୍କର୍ମ: ଏନ୍ସିଆରବି

୨୦୧୮ ରେ ଦୈନିକ ୮୦ ହତ୍ୟା, ୯୧ ଦୁଷ୍କର୍ମ: ଏନ୍ସିଆରବି

୨୦୧୮ ରେ ଦୈନିକ ୮୦ ହତ୍ୟା, ୯୧ ଦୁଷ୍କର୍ମ: ଏନ୍ସିଆରବି
ନୂଆଦିଲ୍ଲୀ - ଦେଶରେ ଦୁଷ୍କର୍ମ, ଅପହରଣ ଏବଂ ହତ୍ୟା ଅପରାଧ ବଢ଼ି ଚାଲିଛି । ୨୦୧୮ ମସିହାରେ ଦେଶରେ ଦୈନିକ ୮୦ ହତ୍ୟା, ୨୮୯ ଅପହରଣ ଏବଂ ୯୧ ଦୁଷ୍କର୍ମ ଘଟଣା ଘଟିଥିବା ଏନ୍ସିଆରବି (ନ୍ୟାସନାଲ କ୍ରାଇମ ରେକର୍ଡସ ବୁ୍ୟରୋ) ରିପୋର୍ଟରୁ ଜଣାପଡ଼ିଛି । ୨୦୧୮ ରେ ସମୁଦାୟ ୫୦,୭୪,୬୩୪ ଧର୍ତ୍ତବ୍ୟ ଅପରାଧ ତଥା ୩୧,୩୨,୯୫୪ (ଆଇପିସି) ଏବଂ ୧୯,୪୧,୬୮୦ ଏସଏଲଏଲ (ସ୍ୱତନ୍ତ୍ର ଏବଂ ସ୍ଥାନୀୟ ଆଇନ) ଅଧୀନରେ ମାମଲା ରୁଜୁ ହୋଇଛି । ୨୦୧୭ ମସିହାରେ ଏହି ସଂଖ୍ୟା ଥିଲା ୫୦,୦୭,୦୪୪ । ୨୦୧୮ ରେ ସମୁଦାୟ ୨୯,୦୧୭ ହତ୍ୟା ମାମଲା ରୁଜୁ ହୋଇଛି । ୨୦୧୭ ରେ ୨୮,୬୫୩ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଏହା ୧.୩ ପ୍ରତିଶତ ବୃଦ୍ଧି ପାଇଛି । ବିବାଦ ପାଇଁ ସବୁଠୁ ଅଧିକ ହତ୍ୟା ହୋଇଥିବା ବେଳେ ଏହା ପଛକୁ ବ୍ୟକ୍ତିଗତ ଶତ୍ରୁତା ହତ୍ୟାର ଦ୍ୱିତୀୟ ପ୍ରମୁଖ କାରଣ ହୋଇଛି । ୨୦୧୮ ରେ ଅପହରଣ ମାମଲା ୧୦.୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ ରେ ଅପହରଣ ମାମଲାରେ ୧,୦୫,୭୩୪ ଏଫଆଇଆର ରୁଜୁ ହୋଇଥିଲା । ୨୦୧୭ ରେ ୯୫,୮୯୩ ଅପହରଣ ମାମଲା ରୁଜୁ ହୋଇଥିଲା । ତେବେ ଏହି ସଂଖ୍ୟା ୨୦୧୬ ରେ ୮୮,୦୦୮ ଥିଲା ବୋଲି ଏନ୍ସିଆରବି ତଥ୍ୟରୁ ଜଣାପଡ଼ିଛି । ଦେଶରେ ୨୦୧୮ ରେ ମୋଟ ୧୦୫୫୩୬ ଜଣଙ୍କୁ ଅପହରଣ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨୪,୬୬୫ ପୁରୁଷ ଏବଂ ୮୦୮୭୧ ମହିଳା ରହିଥିଲେ । ୪୨ ହଜାରରୁ ଅଧିକ ଶିଶୁଙ୍କୁ ମଧ୍ୟ ଅପହରଣ କରାଯାଇଥିଲା । ଅନ୍ୟ ପକ୍ଷେ ୨୦୧୮ ରେ ଅପହୃତଙ୍କ ମଧ୍ୟରୁ ସମୁଦାୟ ୯୧,୧୩୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ୯୧,୭୦୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୪୨୮ ଜଣଙ୍କୁ ମୃତ ଉଦ୍ଧାର କରାଯାଇଛି । ୨୦୧୮ରେ ମହିଳାଙ୍କ ବିରୋଧରେ ଅପରାଧ ଶ୍ରେଣୀ ଅଧୀନରେ ୩,୭୮,୨୭୭ ମାମଲା ରୁଜୁ ହୋଇଛି । ଯାହାକି ୨୦୧୭ ମସିହାରେ ୩,୫୯,୮୪୯ ଥିଲା । ତେବେ ୨୦୧୬ ରେ ଏହି ସଂଖ୍ୟା ଥିଲା ୩,୩୮,୯୫୪ । ୨୦୧୮ରେ ଆଇପିସିର ଧାରା ୩୭୬ ଅଧୀନରେ ୩୩,୩୫୬ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ୨୦୧୭ ରେ ୩୨,୫୫୯୨ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ଏବଂ ୨୦୧୬ ରେ ଏହା ୩୮,୯୪୭ ଥିଲା ।