୪୮ବର୍ଷ ପରେ ପରିବାର ସହ ମିଳନ, ଫେସବୁକର ଚମକôାରିତା
୪୮ବର୍ଷ ପରେ ପରିବାର ସହ ମିଳନ, ଫେସବୁକର ଚମକôାରିତା
admin
Jan 23, 2020 - 10:55
Updated: Jan 23, 2020 - 10:55
ଢ଼ାକା - ଦୀର୍ଘ ୪୮ ବର୍ଷ ନିଖୋଜ ହୋଇଥିବା ବାଂଲାଦେଶର ଜଣେ ବ୍ୟକ୍ତିଙ୍କର ଏବେ ପରିବାର ସହିତ ମିଳନ ହୋଇଛି । ଫେସ୍ବୁକ୍ରେ ପ୍ରସାରିତ ତାଙ୍କ ଅସୁସ୍ଥତାର ଭିଡିଓ ହିଁ ଏହାକୁ ସମ୍ଭବ କରିଛି । ସୂଚନାନୁଯାୟୀ, ସିଲହଟର ପୂର୍ବତନ ବ୍ୟବସାୟୀ ହବିବୁର ରହମନ ୧୯୭୨ ରେ କୌଣସି କାର୍ଯ୍ୟରେ ଚିତ୍ତଗଙ୍ଗ ଯାଇଥିବା ବେଳେ ସେଠାରୁ ନିଖୋଜ ହୋଇଯାଇଥିଲେ । ସେତେବେଳେ ତାଙ୍କୁ ୩୦ ବର୍ଷ ହୋଇଥିଲା । ସେ ୪ ସନ୍ତାନଙ୍କ ବାପା ଥିଲେ । ପରିବାର ପକ୍ଷରୁ ଅନେକ ସନ୍ଧାନ ସତ୍ତ୍ୱେ ତାଙ୍କର ଖବର ମିଳିନଥିଲା । ଇତି ମଧ୍ୟରେ ତାଙ୍କ ପିଲାମାନେ ବଡ଼ ହୋଇ ଆମେରିକା ଓ ବି୍ରଟେନ ଚାଲିଯାଇଥିବା ବେଳେ ମୋଟ ୧୩ ନାତିନାତୁଣୀ ବିଭିନ୍ନ ସ୍ଥାନରେ ଅଛନ୍ତି । ରହମନ ଗତ କିଛି ବର୍ଷ ହେଲା ମୌଲବୀବଜାର ସ୍ଥି ଏକ ସୁଫି ପୀଠରେ ଅବସ୍ଥାନ କରୁଥିଲେ । ଏଠାକୁ ସେ କିଭଳି ଆସିଲେ ତାର କିଛି ଖବର କାହାରି ପାଖରେ ନାହିଁ । ବାର୍ଦ୍ଧକ୍ୟ ଯୋଗୁଁ ଗତ ୫ ବର୍ଷ ଧରି ଅସୁସ୍ଥ ରହମନଙ୍କ ସେବା ସୁଶ୍ରୂଷା କରୁଥିଲେ ରାଜିଆ ବେଗମ ନାମ୍ନୀ ଜଣେ ମହିଳା । ଚଳିତ ମାସ ପ୍ରାରମ୍ଭରେ ସେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ସିଲହଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପାଇଁ ଅର୍ଥାଭାବ ହେବାର ରାଜିଆ ସାହାଯ୍ୟ ପାଇଁ ଅନ୍ୟ ଜଣେ ରୋଗୀ ସମ୍ପର୍କୀୟଙ୍କୁ ସାହାଯ୍ୟ ମାଗିଥିଲେ । ମୋବାଇଲ ଫୋନରେ ଭିଡିଓ ଉତ୍ତୋଳନ କରି ଫେସବୁକରେ ପ୍ରସାର କରାଇବାକୁ ସେ ନିବେଦନ କରିଥିଲେ । ଫେସବୁକ୍ରେ ଏହା ପ୍ରସାରିତ ହେବା ପରେ ଆମେରିକାରେ ବାସ କରୁଥିବା ରହମନଙ୍କ ନାତୁଣୀବୋହୂ ନଜର ଏହା ଉପରେ ପଡ଼ିଥିଲା । ସେ ତୁରନ୍ତ ସିଲହଟରେ ଥିବା ପରିବାର ଲୋକଙ୍କ ଏ ସମ୍ପର୍କରେ ଅବଗତ କରାଇଥିଲେ । ରହମନଙ୍କର ଜଣେ ୨୦ ବର୍ଷୀୟ ନାତି କେଫାୟତ ହୁସେନ ଡାକ୍ତରଖାନା ଯାଇ ଜେଜେବାପାଙ୍କୁ ଚିହ୍ନଟ କରି୍ଥିଲେ । ରହମନ ତାଙ୍କ ପତ୍ନୀ ଓ ପିଲାମାନଙ୍କ ନାମ କହିବା ସହ ପୁରୁଣା ସ୍ମୃତି ପଖାଳିଥିଲେ ଏବଂ ସାଥୀଙ୍କୁ ଚିହ୍ନିପାରି କାନ୍ଦିଥିଲେ ।