ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ
ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ
ରାବଣଙ୍କ ମୁମ୍ବାଇ: ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ରେ ରାବଣ ଚରିତ୍ରରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଅରବିନ୍ଦ ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବୁଧବାର ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି ।
୪୦ ବର୍ଷ ଧରି ଟିଭି ଓ ଫିଲ୍ମ ଜଗତରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ ସେ ରାମାୟଣର ରାବଣ ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା । ଉଚ୍ଚକୋଟୀର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ମନରେ ନିଜ ଛାପ ଛାଡ଼ି ଯାଇଛନ୍ତି । ତେବେ ପ୍ରଥମରୁ ଅରବିନ୍ଦଙ୍କୁ ରାବଣ ଭୂମିକା ପସନ୍ଦ ନଥିଲା କାରଣ ସେ ବାସ୍ତବ ଜୀବନରେ ଜଣେ ରାମଭକ୍ତ ଥିଲେ । ଅରବିନ୍ଦ ଯେତେବେଳେ ସୁଟିଂ ସେଟକୁ ଯାଉଥିଲେ ଉପାସ ରହୁଥିଲେ, ସୁଟିଂ ଶେଷ ହେବା ପରେ ସେ ଖାଉଥିଲେ। ରାମାୟଣର ସୁଟିଂ ସେଟକୁ ଯିବା ପୂର୍ବରୁ ପ୍ରଭୁ ରାମଙ୍କୁ ପୂଜା କରି କ୍ଷମା ମାଗୁଥିଲେ ଅରବିନ୍ଦ ।ଖାଲି ସେତିକି ନୁହେଁ ବିକ୍ରମ ବେତାଳରେ ମଧ୍ୟ ଅଭିନୟ କରିଛନ୍ତି ସେ । ଏହା ସହିତ ଅନେକ ସାମାଜିକ ଓ ପୌରାଣିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।




admin 