ଆଉ ଝଡ଼ିବନି କେଶ!

ଆଉ ଝଡ଼ିବନି କେଶ!

ଆଉ ଝଡ଼ିବନି କେଶ!

ଶୀତଦିନ ଆସିଲେ ପ୍ରାୟ ସମସ୍ତଙ୍କ ଚିନ୍ତା ପଡ଼ିଯାଏ ନିଜ ସ୍କିନକୁ ନେଇ ଏଥିପାଇଁ ପୁଅ ହୁଅନ୍ତୁ କି ଝିଅ ପ୍ରାୟ ସମସ୍ତଙ୍କର ତ୍ୱଚା ଜନିତ ସମସ୍ୟା ଦେଖାଯାଏ । ତ୍ୱଚା ସମସ୍ୟା ବ୍ୟତିତ ଆଜିର ଯୁବପୀଢିକୁ ଅଧିକ ଚିନ୍ତାଗ୍ରସ୍ତ କରିଛି । କେଶ ଝଡ଼ିବା,ଦୋ ମୁହାଁ ହେବା,ଧଳା ପଡ଼ିବା,ଦୁର୍ବଳ ହେବା ରୁପି ଆଦି ସମସ୍ୟା ଖାସ କରି ଦେଖା ଦେଉଛି । ଅନେକ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରଛନ୍ତି । କିନ୍ତୁ ଏହା ଦ୍ୱାରା କେଶର ସୌନ୍ଦର୍ଯ୍ୟ ଅଧିକ ନଷ୍ଟ ହେବାର ସଂଭାବନା ଅଛି, ଯଦ୍ୱାରା ଅନେକ କେଶ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏବେ ନଜର ପକାଇବା କେଶ ପାଇଁ ଉପକାରୀ ଏକ ତେଲ ଉପରେ, କେଶରେ ତେଲ ଲଗାଇବା ପାଇଁ ଆଜିର ନୂତନ ଯୁବ ପିଢ଼ି ବିଚୁ୍ୟତ ରହୁଛି । କିନ୍ତୁ କେଶ ପାଇଁ ତେଲ ବହୁ ଉପଯୋଗୀ ହୋଇଥାଏ । ଅଲିଭ ଅଏଲ କେଶ ପାଇଁ ବେଶ ଉପକାରୀ ହୋଇଥାଏ । 

ଅଲିଭ ଅଏଲ କୁ ହାତରେ ନେଇ କେଶ ମୂଳରେ ଲଗାଇବା ମସାଜ କରିବା ଦ୍ୱାରା, ଏହା କେଶ ଝଡ଼ିବା ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ । 

କେଶରେ ଅଲିଭ ଅଏଲ ଲଗାଇବା ଦ୍ୱାରା, ରୁପି ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ ।

କେଶ ଅଧିକ ରୁକ୍ଷ ହୋଇଥିଲେ, ଏଥିପାଇଁ ଅଲିଭ ଅଏଲ ଖୁବ ଲାଭଦାୟକ । ଏହା କେଶରେ ଲଗାଇବା ଦ୍ୱାରା, ଏହା କେଶର ରୁକ୍ଷତା ଓ ଶୁଷ୍କତା ରୁ ରକ୍ଷା କରିବାରେ ସହାୟକ ହୋଇଥାଏ । 

କେଶରେ ଘନ,ଲମ୍ବା ଏବଂ କଳା କରିବାରେ ସାହାଯ୍ୟ କରେ ଅଲିଭ ଅଏଲ । ଏହା ସହିତ କେଶ ପାଇଁ ଏହା ପ୍ରାକୃତିକ କଣ୍ଡିସନର ଭଳି ମଧ୍ୟ କାମ କରେ ।

ଅଲିଭ ଅଏଲ କେଶ ଝଡ଼ିବା କମ କରିବା ସହିତ, କେଶକୁ ଦୋ-ମୁହାଁ ହେବାରୁ ରକ୍ଷା କରେ ।

ଅଲିଭ ଅଏଲ କୁ ହାଲକା ଉଷୁମ କରି କେଶ ମୂଳରେ ଲଗାଇ ୧୦ ରୁ ୧୫ ମିନିଟ ଯାଏ ମସାଜ କରିବେ । ତା ପରେ ୩୦ ମିନିଟି ଯାଏ କେଶରେ ତେଲ ଲଗାଇ ରଖିବେ । ଏହାପରେ ସାମ୍ପୁ କରି ଧୋଇବେ ।