ଆମେରିକାରେ ଫାଇଜର ଟିକାର ଟିକାକରଣ ଆରମ୍ଭ

ଆମେରିକାରେ ଫାଇଜର ଟିକାର ଟିକାକରଣ ଆରମ୍ଭ

ଆମେରିକାରେ ଫାଇଜର ଟିକାର ଟିକାକରଣ ଆରମ୍ଭ
ନୂଆଦିଲ୍ଲୀ: ବର୍ଷକ ତଳେ ଚୀନର ଉହାନ ପ୍ରଦେଶରେ ଉପଦ୍ରବ ଆରମ୍ଭ କରିଥିବା ମହାମାରୀ କୋଭିଡ-୧୯ ଅଦ୍ୟାବଧି ସାରା ବିଶ୍ୱରେ ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ଘାଇଲା କରିବା ସହ ପାଖାପାଖି କୋଟିଏ ସାଢେ଼ ୬୧ ଲକ୍ଷଙ୍କର ମୃତୁ୍ୟର କାରଣ ସାଜିଛି । ତେବେ ଏହାର ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ ଟିକାଟିଏ ବିକଶିତ କରିବାରେ ବ୍ରତୀ ରହିବା ସହ ନିଜ ନାଗରିକମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ମଧ୍ୟ ଯତପରୋନାସ୍ତି ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ଆମେରିକୀୟମାନଙ୍କର ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିରେ ଆମେରିକୀୟ କମ୍ପାନୀ ଫାଇଜର-ବାୟୋଏନଟେକ ଦ୍ୱାରା ବିକଶିତ ଟିକା ଦେଶବାସୀଙ୍କୁ ପ୍ରୟୋଗ କରାଯିବ ବୋଲି ଜଣାଯାଇଛି । ପେରୁରେ ନୈଦାନିକ ପରୀକ୍ଷଣ ବେଳେ ସ୍ୱେଚ୍ଛାସେବୀଙ୍କ ଠାରେ ସାଂଘାତିକ ପ୍ରତିକୂଳ ପାଶ୍ୱର୍ ପ୍ରତିକି୍ରୟା ଦେଖାଦେବାରୁ ଚୀନ କମ୍ପାନୀ ସିନୋଫାର୍ମ ଦ୍ୱାରା ବିକଶିତ ଟିକାର ଚାଲୁ ରହିଥିବା ପରୀକ୍ଷଣକୁ ବନ୍ଦ କରିଦିଆଯାଇଛି । ଅପରପକ୍ଷେ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ବ୍ରାଜିଲ ସରକାର ୫.୧ କୋଟି ଦେଶବାସୀଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ଘୋଷଣା କରିଛନ୍ତି ।