ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବର, ୩୩ ୟୁନିଟ ରକ୍ତ ସଂଗୃହୀତ

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବର, ୩୩ ୟୁନିଟ ରକ୍ତ ସଂଗୃହୀତ

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବର, ୩୩ ୟୁନିଟ ରକ୍ତ ସଂଗୃହୀତ
ବାରିପଦା(ଦିଲ୍ଲୀପ ମହାନ୍ତି) - “ରକ୍ତଦାନ କରନ୍ତୁ, ଅନ୍ୟର ଜୀବନ ବଞ୍ଚାନ୍ତୁ” ଓ ‘ରକ୍ତଦାନ ମହାପୁଣ୍ୟ’ ସ୍ଲୋଗାନ ନେଇ ଆମ ଓଡ଼ିଶା ସଙ୍ଗଠନ ୨୦୦୬ ନଭେମ୍ବର ୨ରୁ ରେଡ଼କ୍ରସ ସଂସ୍ଥା ସହାୟତାରେ ଓଡ଼ିଶାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ଶୁଭାରମ୍ଭ କରିଥିଲେ । ଏହାପରେ ଆଉ ପଛକୁ ଫେରି ଆନାଇ ନାହାନ୍ତି । ଓଡ଼ିଶାର ପ୍ରାୟ ସମସ୍ତ ବ୍ଲକର ପୁରପଲ୍ଲୀରେ ପହଁଞ୍ଚିବା ଆରମ୍ଭ କରିଥିବା ସମୟରେ ଜାନୁଆରୀ ୨୩ ପବିତ୍ର ସୁବାଷ ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀରେ ବାରିପଦା ପୌରପରିଷଦର ବାଘଡ଼ାରୋଡ଼ରେ ଥିବା ସାଇ ଯୁକ୍ତ ୩ ଡ଼ିଗ୍ରୀ ମହାବିଦ୍ୟାଳୟରେ ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ରୋଗୀମାନଙ୍କର ରକ୍ତର ଆବଶ୍ୟକତାକୁ ପୂରଣ କରାଇବା ନିମନ୍ତେ ଆମ ଓଡ଼ିଶା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ମୋଟ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ସାଇ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅମିୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଇ ଡ଼ିଗ୍ରୀ ମହାବିଦ୍ୟାଳୟର ପ୍ରିନ୍ସପାଲ ରାଜୀବ ଲୋଚନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଭାଇସ-ପ୍ରିନ୍ସପାଲ ମୁକ୍ତିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ବାଦର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ରାଜକିଶୋର ଦାଶ ମଞ୍ଚ ପରିଚାଳନା ଓ କନକ ନୁ୍ୟଜ୍ ପ୍ରତିନିଧି ଦୋଳଗୋବିନ୍ଦ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଢ଼ୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ଶୁଭାରମ୍ଭ କରିବା ସହ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରାଇଥିଲେ ।