ଆସାମ ଉପନିର୍ବାଚନରେ ବିଜେପି ଆଗରେ
ଆସାମ ଉପନିର୍ବାଚନରେ ବିଜେପି ଆଗରେ
ନୂଆଦିଲ୍ଲୀ: ଦେଶରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଗଣତି ଜାରି ରହିଛି। ଏଥିରେ ୪ଟି ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ ଆମ୍ ଆଦ୍ମୀ ପାର୍ଟି ଆଗରେ ରହିଛି। ତେବେ ଏହା ମଧ୍ୟରେ ଆସାମର ଗୋଟିଏ ବିଧାନସଭା ଆସନରେ ଉପ ନିର୍ବାଚନ ହୋଇଥିଲା। ଆସାମର ମଜୁଳି ଆସନରେ ଏହି ନିର୍ବାଚନ ହୋଇଥିଲା। ଏଠାରେ ଭାରତୀୟ ଜନତା ପାର୍ଟିର ଭୁବନ ଗାମ ୨୨୭୭୬ ଖଣ୍ଡ ଭୋଟ୍ ପାଇ ଆଗରେ ଅଛନ୍ତି। ବିଜେପିର ନିକଟତମ ପ୍ରତିଦ୍ବନ୍ଦ୍ବୀ ଆସାମ ଜାତୀୟ ପରିଷଦର ଚିତ୍ତରଂଜନ ବସୁମାତରାୟ ୮୦୨୮ ଖଣ୍ଡ ଭୋଟ୍ ପାଇଛନ୍ତି। ଦିନକ ତଳେ ଅନୁଷ୍ଠିତ ମୁନିସିପାଲିଟି ନିର୍ବାଚନରେ ବିଜେପି ଏଠାରେ ବିପୁଳ ବିଜୟ ଲାଭ କରିଥିଲା। ୮୦ଟି ପରିଷଦରୁ ୭୭ଟିରେ ଏକତରଫା ବିଜୟ ଲାଭ କରିଥିଲା।




admin 