ଓଡ଼ିଶା ପୁଲିସର ୫ ବରିଷ୍ଠ ଅଧିକାରୀଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି

ଓଡ଼ିଶା ପୁଲିସର ୫ ବରିଷ୍ଠ ଅଧିକାରୀଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି

ଓଡ଼ିଶା ପୁଲିସର ୫ ବରିଷ୍ଠ ଅଧିକାରୀଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ପୁଲିସର ୫ ବରିଷ୍ଠ ଅଧିକାରୀଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଛି । ସେମାନଙ୍କୁ ଓଆରଏସପି ରୁଲ-୨୦୧୭ ଅନୁସାରେ ପ୍ରମୋଶନ ମିଳିବା ସହ ବିଭିନ୍ନ ବିଭାଗରେ ଏସପି ର୍ୟାଙ୍କର ଦାୟିତ୍ୱ ମିଳିଛି । ଏ ନେଇ ରାଜ୍ୟ ଗୃହ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁଲିସ ହେଡକ୍ୱାଟର୍ସରେ ଏଆଇଜି ଥିବା ଏଆଇଜି ରବି ନାରାୟଣ ବେହେରାଙ୍କୁ କଟକ ସିଗନାଲ ଏସପିର ଦାୟିତ୍ୱ ମିଳିଛି । ସେହିପରି କଟକ ଏସଆରପି (ଇନଚାର୍ଜ)ରେ ଥିବା ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କୁ ସମ୍ପୂର୍ଣ୍ଣ ଏସଆରସି କରାଯାଇଛି । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ୍ୟ) ରେ ଅତିରିକ୍ତ ଏସପି ଥବା ଚିନ୍ମପା ହୃୟଦାନନ୍ଦଙ୍କୁ ତଟବର୍ତ୍ତି ସୁରକ୍ଷା ବାହିନୀର ଏଆଇଜିର ଦାୟିତ୍ୱ ମିଳିଛି । କେନ୍ଦ୍ରାପଡ଼ା (ଆଇୟୁସିଏଡବ୍ଲୁ୍ୟ) ରେ ଅତିରିକ୍ତ ଏସପି ଥିବା କୃତିବାସ ଜେନାଙ୍କୁ ଭିଜିଲାନ୍ସ ବିଭାଗର ଏସପି ଭାବେ ଅବସ୍ଥାପିତ କରାଯାଇଛି ।