କମିବ ବସ୍ତାନୀର ଓଜନ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

କମିବ ବସ୍ତାନୀର ଓଜନ, ପଢନ୍ତୁ ସମ୍ପୂର୍ଣ୍ଣ ଖବର

କମିବ ବସ୍ତାନୀର ଓଜନ, ପଢନ୍ତୁ ସମ୍ପୂର୍ଣ୍ଣ ଖବର
ଭୁବନେଶ୍ୱର: ପିଲାଙ୍କ ଓଜନଠାରୁ ସ୍କୁଲ ବ୍ୟାଗର ଓଜନ ୧୦% ରୁ କମ୍ ରହିବ । ଅର୍ଥାତ ଯଦି ଜଣେ ଛାତ୍ରଙ୍କ ଓଜନ ୨୦ କେଜି ହୋଇଥାଏ ତେବେ ସେ ଦୁଇ କେଜିର ବ୍ୟାଗ ଆଣି ବିଦ୍ୟାଳୟକୁ ଆସିବେ । କାନ୍ଧରେ ଏହାଠାରୁ ଅଧିକ ଓଜନର ବ୍ୟାଗ ପକାଇ ଛାତ୍ରଛାତ୍ରୀ ସ୍କୁଲ ଆସିବେ ନାହିଁ । ଯଦି କୌଣସି ଛାତ୍ରଛାତ୍ରୀ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ବ୍ୟାଗ ଆଣି ବିଦ୍ୟାଳୟକୁ ଆସିଥିବେ ତେବେ ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବେ । ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗର ଓଜନ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍କୁଲ ବ୍ୟାଗ ନୀତି ୨୦୨୦ ରେ ଉଲ୍ଲେଖ କରାଯାଇଛି । ଏହି ନୀତିକୁ ୨୦୨୧-୨୨ ଶିକ୍ଷାବର୍ଷରୁ ରାଜ୍ୟରେ ପାଳନ କରିବା ଲାଗି ଗଣଶିକ୍ଷା ବିଭାଗ ସଚିବଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସୱାର୍କ ଲାଗି କେବଳ ଗୋଟିଏ ନୋଟବୁକ ବ୍ୟବହାର କରିବେ । ୩ ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ନୋଟବୁକ ଦରକାର । ସେଥିମଧ୍ୟରୁ ଗୋଟିଏ ବ୍ୟାଗରେ ଆଣିବେ ଓ ଅନ୍ୟଟି ସ୍କୁଲରେ ରହିବ । ୬ ଷ୍ଠରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ଖୋଲା କାଗଜର ଗୋଟିଏ ଫାଇଲକୁ କ୍ଲାସୱାର୍କ ଓ ହୋମୱାର୍କ ଲାଗି ବ୍ୟବହାର କରିବେ । ଟେକ୍ସଟ ବୁକ ସେୟାରିଂ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଫଳରେ ପାଖରେ ବସୁଥିବା ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ପାଠ୍ୟପୁସ୍ତକ ଅଦଳବଦଳ କରିପାରିବେ ।