କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକା ନେଇପାରନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ ଟିକା ଦିଆଯାଇପାରେ । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ମୁଖ୍ୟମନ୍ତ୍ରୀମାନେ ବି ଟିକା ନେଇପାରନ୍ତି । ୫୦ ବର୍ଷରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀ ଟିକା ନେଇପାରନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଟିକାକରଣ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ଓ ବହୁ ବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ । ଉଲ୍ଲେଖନୀୟ ଯେ, ଦେଶରେ ଏବେ କରୋନା ଭ୍ୟାକସିନେସନର ପ୍ରଥମ ପ୍ରର୍ୟ୍ୟାୟ ଚାଲିଛି, ଯାହା ଅନୁସାରେ ୭ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆସରିଛି। ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପରେ ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହେବ। ଦ୍ବିତୀୟ ପର୍ୟ୍ୟାୟରେ ସେନା, ଅର୍ଦ୍ଧସାମରିକ ବାହିନୀର ଯବାନ ଓ ୫୦ ବର୍ଷ ଉପରୁ ଥିବା ଲୋକଙ୍କୁ ଟିକା ଦିଆଯିବ। ​‌ତେବେ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଯେ, ଦ୍ବିତୀୟ ପର୍ୟ୍ୟାୟ କେବେଠାରୁ ଆରମ୍ଭ ହେବ।