କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଲାଲ ମୋହନ ହାତୀଙ୍କୁ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଲାଲ ମୋହନ ହାତୀଙ୍କୁ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଲାଲ ମୋହନ ହାତୀଙ୍କୁ ସମ୍ବର୍ଦ୍ଧିତ
ଭୁବନେଶ୍ୱର: କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଶ୍ରୀଯୁକ୍ତ ଲାଲ ମୋହନ ହାତୀଙ୍କୁ ସମ୍ବର୍ଦ୍ଧନା କରା ହୋଇଛି । ସୂଚନାଯୋଗ୍ୟ ଯେ, ସେ ବହୁ ସମାଜସେବା କାର୍ଯ୍ୟରେ ସଦାସର୍ବଦା ନିଜକୁ ନିୟୋଜିତ କରିଥାନ୍ତି । ଦୁଖୀରଙ୍କିଙ୍କୁ ସାହାର୍ଯ୍ୟ କରିବା ସବୁବେଳେ ଆଗଭର ଥାଆନ୍ତି । ଲାଲ ମୋହନ ହାତୀ ଜଣେ ସରଳ ଓ ନିଷ୍କପଟ ମଣିଷ । ସମସ୍ତଙ୍କ ସହିତ ସେ ଭଲ ଭାବରେ ମିଶି ଯାଆନ୍ତି । ଲୋକଙ୍କ ସେବା କରିବାକୁ ତାଙ୍କୁ ଭାରି ଭଲ ଲାଗେ । ମାନବ ସେବା ହିଁ ମାଧବ ସେବା ବୋଲି ସଦାସର୍ବଦା ସମସ୍ତଙ୍କୁ କହିବା ସହିତ କର୍ମରେ କରି ସୌଭାଗ୍ୟ ଅର୍ଜନ କରିଛନ୍ତି । କେନ୍ଦ୍ରାପଡା ପୋଲିସଙ୍କୁ ଥାନା ପାଇଁ ଜମ୍ଭ ୁସ୍ଥିତ ମେରାଇନ୍ ଥାନା ପାଇଁ ଦୁଇ ମହଲା ବିଶିଷ୍ଟ ଗୃହ ଦାନ କରି ନିଜର ବଦାନ୍ୟତାର ପରିଚୟ ଦେଇଥିଲେ । ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ଲାଲ ମୋହନଙ୍କ ଆଜି ଯାଏଁ କୌଣସି ଶତ୍ରୁ ନାହାନ୍ତି । ଆଜି ଉକ୍ରଳ ଦିବସ ଅବସରରେ କେନ୍ଦ୍ରାପଡା ପୋଲିସ ଅଧିକଙ୍କ ପକ୍ଷରୁ ଶ୍ରୀଯୁକ୍ତ ଲାଲମୋହନ ହାତୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଜିର ଏହି ସଭାରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ଶ୍ରୀ ସନ୍ଦିପ ସମ୍ପଦ ମାଡକର ଓ କେନ୍ଦ୍ରପଡା ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି ଉପସ୍ଥିତ ଥିଲେ ।