କୋଭିଡ ପ୍ରସ୍ତୁତି ଆରମ୍ଭ ,ଏସସିବିରେ ୨୩ଟି ଆଇସିୟୁ ସହ ୨୫୦ ବେଡ ପାଇଁ ପ୍ରସ୍ତାବ

କୋଭିଡ ପ୍ରସ୍ତୁତି ଆରମ୍ଭ ,ଏସସିବିରେ ୨୩ଟି ଆଇସିୟୁ ସହ ୨୫୦ ବେଡ ପାଇଁ ପ୍ରସ୍ତାବ

କୋଭିଡ ପ୍ରସ୍ତୁତି ଆରମ୍ଭ ,ଏସସିବିରେ ୨୩ଟି ଆଇସିୟୁ ସହ ୨୫୦ ବେଡ ପାଇଁ ପ୍ରସ୍ତାବ
କଟକ: ସାରା ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏସସିବିରେ ମୁକାବିଲା ପାଇଁ ତପôରତା ପ୍ରକାଶ ପାଇଛି । ପରିସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବାରୁ ଜରୁରୀକାଳୀନ ସ୍ଥିତିରେ କୋଭିଡ ପରିଚାଳନା କମିଟି ବୈଠକ ବସି ରଣନୀତି ପ୍ରସ୍ତୁତ କରାଯାଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୨୩ଟି ଆଇସିୟୁ ସହ ୨୫୦ ବେଡ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଏସସିବି କର୍ତ୍ତୃପକ୍ଷ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ପୁଣିଥରେ ନୂଆ ମେଡିସିନ ୱାର୍ଡର ୨ଟି ମହଲାକୁ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯିବ ଓ ଚର୍ମରୋଗ ବିଭାଗ ନିକଟରେ ଥିବା ସ୍କିଲ ସେଣ୍ଟରକୁ କରୋନା ୱାର୍ଡଭାବେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ନିଷ୍ପତ୍ତି ଅନୁଯାୟୀ, କୋଭିଡ ୱାର୍ଡରେ ନିୟୋଜିତ ଲ୍ୟାବ ଟେକ୍ନିସିଆନ, ଡାଟା ଏଣ୍ଟି୍ର ଅପରେଟର (ଡିଇଓ)ଙ୍କୁ ଛାଡ଼ିଦେଲେ ରେଡିଓଗ୍ରାଫର, ଫାର୍ମାସିଷ୍ଟ, ଷ୍ଟାଫନର୍ସ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ କର୍ମଚାରୀଙ୍କ ନେଇ ୱାର୍ଡ ଚାଲିବ ।