ଚୀନରେ ଡେଲ୍ଟା ପ୍ରଜାତିର କରୋନା, ପୁଣି ଫେରିଲା ଲକ୍ଡାଉନ୍
ଚୀନରେ ଡେଲ୍ଟା ପ୍ରଜାତିର କରୋନା, ପୁଣି ଫେରିଲା ଲକ୍ଡାଉନ୍
ଚୀନ: ଚୀନର ଦକ୍ଷିଣ ପୂର୍ବ ପ୍ରଦେଶ ଫୁଜିଆନରେ କୋଭିଡର ନୂତନ ସଂକ୍ରମଣ ହଠାତ ବଢ଼ିଯିବାରୁ କଠୋର ପଦକ୍ଷେପ ନିଆଯାଇଛି । ଏହି ପ୍ରଦେଶର ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସିଆମେନ ସହରରେ କର୍ତ୍ତୃପକ୍ଷ ଲକଡାଉନ ଘୋଷଣା କରିଛନ୍ତି । ପଞ୍ଜିକୃତ ହୋଇଥିବା ନୂତନ ମାମଲା ମଧ୍ୟରୁ ଅନେକ ଡେଲଟା ପ୍ରଜାତିର ଜଣାପଡ଼ିବା ପରେ ସଂକ୍ରମଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏବେ ପର୍ୟ୍ୟନ୍ତ ସହରରେ ୧୦୩ଟି ନୂତନ ମାମଲା ରିପୋର୍ଟ କରାଯାଇଛି । ପ୍ରଥମେ ଏକ କଲେଜର ଦୁଇ ଛାତ୍ରୀଙ୍କ ଠାରେ ଡେଲଟା ପ୍ରଜାତି ଦେଖା ଯାଇଥିଲା । ଏହା ପରେ ଅଚାନକ ମାମଲା ବଢ଼ି ଚାଲିଲା । ଅଗଷ୍ଟ ଶେଷରେ ସିଆମେନରୁ ପ୍ରାୟ ୩୦,୦୦୦ ଲୋକ ଅନ୍ୟ ପ୍ରଦେଶକୁ ଯାତ୍ରା କରିଥିବା ଜଣାପଡ଼ିଛି ।




admin 