ଜେଲ୍ରେ ଥାଇ ନିର୍ବାଚନ ଜିତିଲେ ଆଜମ ଖାନ୍
ଜେଲ୍ରେ ଥାଇ ନିର୍ବାଚନ ଜିତିଲେ ଆଜମ ଖାନ୍
ନୂଆଦିଲ୍ଲୀ: ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ଅନେକ ବଡ଼ ଖବରମାନ ଅସୁଛି। କେଉଁଠ ମୁଖ୍ୟମନ୍ତ୍ରୀ ହାରି ଯାଇଛନ୍ତି ତ କେଉଁଠି ଜେଲ୍ରେ ଥାଇ ମଧ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ ସଂ ଚନ୍ନି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମି ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଜେଲ୍ରେ ଥିବା ସମାଜବାଦୀ ପାର୍ଟି ନେତା ଆଜମ୍ ନିର୍ବାଚିତ ହୋଇଛନ୍ତି। ସେ ବିଭିନ୍ନ ମାମଲାରେ ଜେଲରେ ଥିଲେ ମଧ୍ୟ ତାଙ୍କୁ ଲୋକଙ୍କ ସମର୍ଥନ ମିଳିଛି।
ଏହି ସମର୍ଥନ ବଳରେ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ ମଧ୍ୟ ସୌର ବିଧାନସଭାରୁ ଜିତିଛନ୍ତି। ଆଜମ ଖାନ ରାମପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ସେ ୧,୨୧,୭୫୫ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେପିର ଆକାଶ ସକସେନା ମାତ୍ର ୫୬,୩୬୮ ଖଣ୍ଡ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ସୌରାରେ ଅବଦୁଲ୍ଲା ବିପୁଳ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ସେ ୧,୨୬,୧୬୨ ଭୋଟ ପାଇଥିଲା ବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ହାଇଦର ଅଲୀ ଖାନ ଓରଫ ହାମଜା ମିଆଁ ୬୫,୦୫୯ ଖଣ୍ଡ ଭୋଟ ହାତେଇଛନ୍ତି। ହାମଜାଙ୍କୁ ବିଜେପିର ସହଯୋଗୀ ଆପନା ଦଳ ଏଠାରୁ ଟିକେଟ ଦେଇଥିଲା।




admin 